Latest Odisha News

BREAKING NEWS

ନୂଆବର୍ଷରେ ବୁଲନ୍ତୁ ଓଡ଼ିଶାର ଏହିସବୁ ଦର୍ଶନୀୟ ସ୍ଥାନ…

ଭୁବନେଶ୍ୱର : ଆଉ କିଛି ଦିନର ଅପେକ୍ଷା ପରେ ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହେବାକୁ ଯାଉଛି । ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ସ୍ୱରୂପ ଆଶା ଓ ଉଦ୍ଦୀପନାର ସହ ନୂତନ ବର୍ଷକୁ ଚାତକ ଭଳି ଚାହିଁ ରହିଛନ୍ତି ।

ରାଜ୍ୟ ଭିତରେ ଏଭଳି କିଛି ପର୍ଯ୍ୟଟନସ୍ଥଳୀ ରହିଛି ଯାହାର ମନୋରମ ଦୃଶ୍ୟ ଦେଖିଲେ ମନ୍ତ୍ରମୁଗ୍ଧ ହୋଇଯିବେ ।

ଗଣ୍ଡାହାତୀ ଜଳପ୍ରପାତ-

ସୌନ୍ଦର୍ଯ୍ୟ ଓ ଇତିହାସରେ ଭରା ଏହି ଜଳପ୍ରପାତଟି ରହିଛି ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡି ଠାରୁ ପ୍ରାୟ ୨୮ କିମି. ଦୂରରେ । ଏଠାକୁ ସବୁସମୟରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ।

ନୃସିଂହନାଥ ପୀଠ-

ପଶ୍ଚିମ ଓଡ଼ିଶା ବରଗଡ଼ ଜିଲାର ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଥିବା ନୃସିଂହନାଥ ପୀଠ ।

ଓଡ଼ିଶା ରାଜ୍ୟର ଏକ ପ୍ରଧାନ ପର୍ଯ୍ୟଟନସ୍ଥଳୀ ଭାବେ ଏହା ମାନ୍ୟତା ପାଇଛି । ଏଠାରେ ଗଛଲତା, ଉଚ୍ଚ ପାହାଡ଼ ସହ ଜଳପ୍ରପାତର ଜଳରାଶି ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରେ।
ନୃସିଂହନାଥ ପୀଠର ଅନ୍ୟ ଏକ ଆକର୍ଷଣ ହେଉଛି ଏଠାରେ ପ୍ରବାହିତ ହେଉଥିବା ଝରଣା। ଏହାକୁ ପାପହାରିଣୀ ମଧ୍ୟ କୁହାଯାଏ। ଏଠାରେ ସ୍ନାନ କଲେ ସମସ୍ତ ପାପରୁ ମୁକ୍ତି ମିଳେ ବୋଲି ମାନ୍ୟତା ରହିଛି।

ଖଣ୍ଡାଧାର ଜଳପ୍ରପାତ-

ଖଣ୍ଡାଧାର ଜଳପ୍ରପାତଟି ଉଭୟ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ମଝିରେ ଅଧା ଅଧା ହୋଇ ରହିଛି। କେନ୍ଦୁଝର ପଟେ ଥିବା ଖଣ୍ଡାଧାର ଜଳପ୍ରପାତର ଅପରପାର୍ଶ୍ୱରେ ତଥା ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ନନ୍ଦାପାଣି ଅଞ୍ଚଳରେ ଆଉ ଏକ ଜଳପ୍ରପାତ ରହିଛି। ଯାହାର ନାମ ମଧ୍ୟ ଖଣ୍ଡାଧାର। ରାଉକେଲାଠାରୁ ଏହା ୧୦୪ କିମି ଏବଂ କେନ୍ଦୁଝରଠାରୁ ପ୍ରାୟତଃ ୧୦୦ କିମି ଦୂରରେ ରହିଛି ଏହି ଜଳପ୍ରପାତ।

ଖଣ୍ଡାଧାର ଜଳପ୍ରପାତର ସୌନ୍ଦର୍ଯ୍ୟକୁ ଯିଏ ଥରେ ଦେଖିଛି ତାହା ତା ମନରୁ ଲିଭିନାହିଁ । ଏହା ଅତି ମନଲୋଭା ପର୍ଯ୍ୟଟନ ସ୍ଥଳୀ ଭାବେ କେନ୍ଦୁଝର ଜିଲ୍ଲା ସହ ଓଡ଼ିଶାରେ ମଧ୍ୟ ଖ୍ୟାତି ଲାଭ କରିଛି। ଏହି ପର୍ଯ୍ୟଟନ ସ୍ଥଳୀରେ ଥିବା ଝରଣା ସହ ପ୍ରାକୃତିକ ପରିବେଶ ପ୍ରତି ସବୁ ବର୍ଗର ପର୍ଯ୍ୟଟକ ଆକୃଷ୍ଟ ହୋଇଥାନ୍ତି। ଶୀତଋତୁ ଆସିଲେ ଏହି ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଲାଗେ। ଜଳପ୍ରପାତ ସ୍ଥାନକୁ ଯାଇଥିବା ରାସ୍ତାର ଉଭୟ କଡ଼ରେ ଥିବା ଜଙ୍ଗଲ ପର୍ଯ୍ୟଟକମାନଙ୍କୁ ବେଶ ଆକୃଷ୍ଟ କରିଥାଏ।

Leave A Reply

Your email address will not be published.