Latest Odisha News

BREAKING NEWS

ବରିଷ୍ଠ ସାମ୍ବାଦିକ ପ୍ରଭାତ ଦାଶଙ୍କ ବିୟୋଗ; ମୟୂରଭଞ୍ଜରେ ଶୋକସଭା

ବାରିପଦା: ବରିଷ୍ଠ ସାମ୍ବାଦିକ ପ୍ରଭାତ ଦାଶଙ୍କ ଗତ ଗୁରୁବାର ସଂଧ୍ୟାରେ ହୃଦଘାତ ଜନିତ ଅକାଳ ବିୟୋଗ ଘଟିଛି । ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ବାରିପଦା ପୌର ପରିଷଦ ଅତିଥି ଭବନ ଠାରେ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାର ସାମ୍ବାଦିକଙ୍କ ତରଫରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନ୍ଦ୍ର କୁମାର ନାୟକ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ସାମ୍ବାଦିକମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରୁଥିବା ଓଡିଶା ସାମ୍ବାଦିକ ଜଗତର ଅନନ୍ୟ ସଂଗ୍ରମୀ ସଂଗଠକଙ୍କୁ ଓଡିଶା ମାଟି ହରାଇଲା ଏବଂ ତାଙ୍କ ଅବର୍ତ୍ତମାନରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଅପୁରଣୀୟ ହୋଇ ରହିଗଲା ବୋଲି ନିଜର ସ୍ମୃତିଚାରଣ ବକ୍ତବ୍ୟରେ କହିଥିଲେ । ପ୍ରଥମେ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାଥନା କରାଯିବା ସହିତ ଉପସ୍ଥିତ ସମସ୍ତ ସାମ୍ବାଦିକମାନେ ସ୍ୱର୍ଗତଃ ଦାଶଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ଛପା ଓ ବୈଦ୍ୟୁତିକ ଗଣମାଧ୍ୟମର ଜିଲ୍ଲା ସାମ୍ବାଦିକ ରବିନାରାୟଣ ଚାଲାନ, ରାଜକିଶୋର ଦାସ, ଅକ୍ଷୟ କୁମାର ଅଗ୍ରୱାଲା, ମାନିକଲାଲ ପାଣି , ମଳୟ କୁମାର ମହାପାତ୍ର, ରବିନ୍ଦ୍ର କୁମାର ମହାନ୍ତି, ସୁବାସ ଚନ୍ଦ୍ର ମହାନ୍ତି, ମାନସ କୁମାର ବେହେରା, ପ୍ରିୟବ୍ରତ ମିଶ୍ର, ଅଭିଜିତ ମହାନ୍ତି, ରୁପମ ସ୍ୱାଇଁ, ଆଶିଷ କୁମାର ଦେ, ପ୍ରଦୀପ୍ତ ହୋତା, ସୁବ୍ରତ କୁମାର ଦାସ, ବିଶ୍ୱଜିତ ଭୁୟାଁ, ପ୍ରଭାସ କୁମାର ସାହୁ, ଦିଲ୍ଲିପ କୁମାର ପାତ୍ର, ଅନନ୍ତ ଚରଣ ବାଗ, ପ୍ରତିମା ବାରିକ, ରାମଚନ୍ଦ୍ର ଦାସ, ସୁବ୍ରତ କୁମାର ପ୍ରଧାନ, ସଞ୍ଜିବ କୁମାର ରଣଜିତ, ସୁକାନ୍ତ କୁମାର ଜୀଉ, କ୍ୟାମେରା ମେନ ହରେକୃଷ୍ଣ ପାତ୍ର, ସନ୍ତୋଷ କୁମାର ପରିଡା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାଶ ଜଣେ ଅମାୟୀକ ମିଷ୍ଠଭାଷୀ ତଥା ସାମ୍ବାଦିକମାନଙ୍କ ସ୍ୱାର୍ଥ ପାଇଁ ସଦାସର୍ବଦା ଚିନ୍ତା କରୁଥିବା ଲଢୁଆ ବ୍ୟକ୍ତିତ୍ୱ ଥିଲେ ତାଙ୍କର ଅକାଳ ବିୟୋଗ ଏକ ଅପୁରଣୀୟ କ୍ଷତି ବୋଲି ନିଜନିଜର ସ୍ମୃତି ଚାରଣରେ କହିଥିଲେ ।

ସାମ୍ବାଦିକ ଦୀପକ କୁମାର ନାୟକ ସଭାକାର୍ଯ୍ୟ ପରିଚାଳନା କରିବା ସହିତ ଆଗାମୀ ଦିନରେ ସ୍ୱର୍ଗତଃ ଦାଶଙ୍କ ସ୍ମୃତି ରକ୍ଷା ଉଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.