ଟୋକିଓ: ପ୍ରଶାନ୍ତ ମହାସାଗରର ଟୋଙ୍ଗାରେ ସୃଷ୍ଟି ହୋଇଥିବା ଭୂମିକମ୍ପ ସୁନାମୀ ପରି ମହା ପ୍ରଳୟକୁ ଡାକି ଆଣିଛି । ଏହି ବିସ୍ଫୋଟ ପରେ ଜାପାନରେ ଜଳ ପ୍ରଳୟର ବିପଦ ଦେଖା ଦେଇଛି । ଶନିବାର ରାତିରେ ଜାପାନର ଅମାମି ଓଶିମା କୂଳରେ ୪ ଫୁଟରୁ ଉଚ୍ଚ ଲହରୀ ମାଡ ହେଉଛି । ହୋକାକାଇଦୋ, କୋଚ୍ଚି ଓ ଭାକାୟାମାରେ ସୁନାମୀର ପ୍ରଭାବ ଦେଖିବାକୁ ମିଳୁଛି । ଉପକୂଳ ଅଂଚଳରେ ସ୍ଥାନୀୟ ସରକାର ଏମର୍ଜେନ୍ସି ଆଲାର୍ମ ବଜାଇ ସମସ୍ତଙ୍କୁ ସତର୍କ କରାଇଛନ୍ତି ।
ଏହି ସବୁ ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ଆରମ୍ଭ ହୋଇଛି । ଜାପାନ ବ୍ୟତୀତ ନ୍ୟୁଜିଲାଣ୍ଡ ଓ ଆମେରିକାର ସମୁଦ୍ରକୂଳିଆ ଅଂଚଳରେ ଆଲର୍ଟ ଜାରୀ କରାଯାଇଛି । ଟୋଙ୍ଗାରେ ସମୂଦ୍ର ତଳୁ ବିସ୍ଫୋଟ ହେବା ଫଳରେ ୨୬୦ କିଲୋମିଟର ପ୍ରଭାବିତ ହୋଇଛି ।
Comments are closed.