Latest Odisha News

BREAKING NEWS

ରାଜ୍ୟରେ ଟିକାକରଣକୁ ପୁରିଲା ଏକ ବର୍ଷ

ଭୁବନେଶ୍ୱର: ରାଜ୍ୟରେ ଟିକାକରଣକୁ ଆଜି ବର୍ଷେ ପୁରିଲା । ଓଡ଼ିଶାରେ ଟିକାକରଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ଏନେଇ କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଏଯାଏଁ ୫ କୋଟି ୩୯ ଲକ୍ଷ ୯୧ ହଜାର ୬୪୨ଡ଼ୋଜ ଟିକା ଦିଆଯାଇଛି । ସେଥିରୁ ପ୍ରଥମ ଡ଼ୋଜ୍ ୯୨.୪ ପ୍ରତିଶତ ଓ ଉଭୟ ଡ଼ୋଜ୍ ୯୦ ପ୍ରତିଶତରେ ପହଞ୍ଚିଛି ।

ଓଡ଼ିଶାରେ ଟିକା ଦେବା ଏକ ଚ୍ୟାଲେଞ୍ଜିଂ ଥିଲା । ସମସ୍ତଙ୍କ ସହଯୋଗରେ ଆଜି ଆମେ ସମସ୍ତଙ୍କୁ ଟିକା ଦେଇପାରିଛୁ । ୨୦୨୧ ଜାନୁଆରୀ ୧୬ରେ ଓଡ଼ିଶାରେ ଟିକାକରଣ ଆରମ୍ଭ ହୋଇଥିଲା । ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ବର୍ଗର ଲୋକଙ୍କୁ ଟିକାକରଣ କରିଛୁ ବୋଲି କହିଥିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ।

Comments are closed, but trackbacks and pingbacks are open.