Latest Odisha News

BREAKING NEWS

କ୍ୱେଟା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଟିଟିପି

କ୍ୱେଟା: ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନର କ୍ୱେଟାରେ ରବିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି । ଏଥିରେ ୫ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତେହରିକ ଇ ତାଲିବାନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି । ଆହତଙ୍କ ମଧ୍ୟରେ ଅଧିକାଂଶ ପୋଲିସ କର୍ମୀ ରହିଛନ୍ତି । ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ବିସ୍ଫୋରଣ ସମୟରେ ଅକବର ବୁଗତି ଷ୍ଟାଡିୟମରେ ପାକିସ୍ତାନ ସୁପର ଲିଗ ମ୍ୟାଚ ଖେଳା ଯାଉଥିଲା । ମ୍ୟାଚକୁ କିଛି ସମୟ ପାଇଁ ବନ୍ଦ କରାଯାଇ ଖେଳାଳିମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖା ଯାଇଥିଲଶ । ବାବର ଆଜମ ଓ ଶାହିଦ ଆଫ୍ରିଦୀଙ୍କ ପରି ଷ୍ଟାର ଖେଳାଳି ଏହି ଷ୍ଟାଡିୟମରେ ଖେଳୁଥିଲେ ।

କିଛି ଦିନ ତଳେ ପେଶାୱର ମସଜିଦରେ ଆତ୍ମଘାତୀ ବିସ୍ଫୋରଣ ଯୋଗୁ ୧୦୧ ଲୋକଙ୍କ ମୃତ୍ୟୁ ଘଟିଥିଲଶ । ପାକିସ୍ତାନ ଇତି ମଧ୍ୟରେ ଆଫଗାନ ତାଲିବାନକୁ ଏହି ଘଟଣାରେ ହସ୍ତକ୍ଷେପ କରିବା ପାଇଁ କହିଛି । ୨୦୦୭ ପରଠାରୁ ପାକିସ୍ତାନରେ ଟିଟିପି ଅନେକଗୁଡିଲ ଆକ୍ରମଣ କରି ସାରିଛି । ଏହି ଆତଙ୍କବାଦୀ ସଂଗଠନ ଏବେ ପାକିସ୍ତାନ ପାଇଁ ମୁଣ୍ଡ ବ୍ୟାଥାର କାରଣ ସାଜିଛି ।

Leave A Reply

Your email address will not be published.