Latest Odisha News

BREAKING NEWS

ନାବାଳିକା ଛାତ୍ରୀକୁ ନେଇ ଟ୍ୟୁସନ୍‌ ସାର୍ ଛୁ ; ଧାରଣାରେ ବସିଲେ ବାପା ମା’

ପୁରୀ : କଥାରେ ଅଛି ଗୁରୁ ହେଉଛନ୍ତି ଭଗବାନଙ୍କ ଦ୍ୱିତୀୟ ରୂପ । ଗୁରୁଙ୍କ ପ୍ରେରଣାରେ ଛାତ୍ର ଛାତ୍ରୀ ଶୀର୍ଷ ସ୍ଥାନରେ ପହଞ୍ଚିଥାଆନ୍ତି । କିନ୍ତୁ କିଛି ଅସମାଜିକ ବ୍ୟକ୍ତିଙ୍କ ପାଇଁ ଗୁରୁ ଶିଷ୍ୟର ସମ୍ପର୍କ କଳୁଷିତ ହେଉଛି ।  ଆମେ କହୁଛୁ ଏହି ଦିବ୍ୟାଙ୍ଗ ବାପାଙ୍କ ନିଖୋଜ ନାବାଳିକା ଝିଅର କଥା, ଯାହାକୁ ଟ୍ୟୁସନ୍‌ ମାଷ୍ଟର ନିଜ ଜାଲରେ ଫସାଇ କୁଆଡ଼େ ନେଇଯାଇଛନ୍ତି । ଝିଅଟିର ବୟସ ହେଉଛି ୧୫ ବର୍ଷ । ସମାଜର ଭଲ ମନ୍ଦ ବା ସେ କଣ ଜାଣିଥିବ  ବୁଝିଥିବ । ନିଜ ନାବାଳିକା ଝିଅକୁ ଫେରିପାଇବା ପାଇଁ ଡହଳ ବିକଳ ହେଉଛନ୍ତି ଦିବ୍ୟାଙ୍ଗ ବାପା ମା’।

ଘଟଣା ଗତ ଡ଼ିସେମ୍ବର ମାସ ୭ ତାରିଖର ।  ତଳଜଙ୍ଘ ଗାଁର ଏହି ନାବାଳିକା ଜଣକ ଦଶମ ଶ୍ରେଣୀର ଛାତ୍ରୀ। ସେହି ଗ୍ରାମର ବିକ୍ରମ ନାୟକଙ୍କ ପାଖରେ ଟ୍ୟୁସନ ହେଉଥିଲା। ଛାତ୍ରୀଙ୍କୁ ଟ୍ୟୁସନ କରିବା ସଙ୍ଗେ ସଙ୍ଗେ ତାଙ୍କୁ ପ୍ରତ୍ୟେକ ଦିନ ରାତିରେ ଫୋନ କରି ହଇରାଣ କରୁଥିଲେ ବିକ୍ରମ। ଏହି ଘଟଣା ପରିବାର ଲୋକ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ ଏବଂ ବିକ୍ରମଙ୍କୁ ଜେଲ ଯିବାକୁ ପଡିଥିଲା।

କିଛି ଦିନ ଜେଲରେ ରହି ଫେରିଥିବା ବିକ୍ରମ ଗତ ମାସ ୭ ତାରିଖରେ ନାବାଳିକାକୁ ନେଇ କେଉଁଆଡ଼େ ଫେରାର ହୋଇଯାଇଥିବା ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । କିନ୍ତୁ ଝିଅକୁ ଖୋଜିବାରେ ବିଳମ୍ବ ହେବାରୁ ପରିବାର ଲୋକ ବାରମ୍ବାର ଥାନାକୁ ଦୌଡ଼ି ଥିଲେ ହେଲେ ସେଠାରେ ପୋଲିସଙ୍କ ଦୁର୍ବ୍ୟବହାରର ଶିକାର ହେବାକୁ ପଡିଥିଲା ।

ଗୋଟିଏ ପଟେ ପୋଲିସର ଦୁର୍ବ୍ୟବହାର ବିରୁଦ୍ଧରେ ନ୍ୟାୟ ପାଇଁ ଏବଂ ଅନ୍ୟପଟେ ଝିଅକୁ ଫେରି ପାଇବା ଆଶାରେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ବାପା ମା’।

 

Leave A Reply

Your email address will not be published.