Latest Odisha News

BREAKING NEWS

ଆଉ ବର୍ଷକ ଲାଗି ମାଗଣା ଚାଉଳ ଘୋଷଣା କଲେ ନବୀନ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଆଉ ବର୍ଷକ ଲାଗି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ପାଇବେ ମାଗଣା ଚାଉଳ । ୨୦୨୩ ଜାନୁଆରୀରୁ ଡିସେମ୍ବର ଯାଏ ହିତାଧିକାରୀ ମାଗଣା ଚାଉଳ ପାଇବେ । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମାସିକ ୫ କେଜି ଲେଖାଏ ମାଗଣା ଚାଉଳ ବର୍ଷେ ଯାଏ ମିଳିବ ।

ଏଥିପାଇଁ ଓଡ଼ିଶା ସରକାର ରାଜ୍ୟ ରାଜକୋଷରୁ ୧୮୫ କୋଟି ଟଙ୍କା ଖର୍ଚ୍ଚ କରିବେ । ୨୦୧୮ ଅକ୍ଟୋବରରୁ ରାଜ୍ୟ ସରକାର ପ୍ରତି ମାସରେ ବ୍ୟକ୍ତି ପିଛା ୫ କେଜି ଚାଉଳ ଯୋଗାଇ ଦେଉଛନ୍ତି । ମାତ୍ର ୫ ଟଙ୍କାରେ ୫ କେଜି ଚାଉଳ ମିଳୁଛି । ଯାହାକି ଏବେ ବର୍ଷକ ପାଇଁ ମାଗଣା ହୋଇଯିବ ।

କୋଭିଡ୍ ସମୟରେ ଗତ ୨୮ ମାସରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ସରକାର ଅତିରିକ୍ତ ଚାଉଳ ସହ ଡାଲି ମଧ୍ୟ ଯୋଗାଇଥିଲେ । ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ସରକାର କୋଭିଡ୍ ସମୟରେ ୨ ଥର ହଜାରେ ଟଙ୍କା ଲେଖାଏ ପ୍ରଦାନ କରିଥିଲେ ।

Leave A Reply

Your email address will not be published.