Latest Odisha News

BREAKING NEWS

ଏକତରଫା ପ୍ରେମ ପାଇଁ ନାବାଳିକା ଛାତ୍ରୀକୁ ହତ୍ୟା କଲା ଟ୍ୟୁସନ ଶିକ୍ଷକ

ବାରିପଦା: ଗତକାଲି ଅଖା ଭିତରୁ  ନିଖୋଜ ନାବାଳିକା ଛାତ୍ରୀର ମୃତଦେହ ଉଦ୍ଧାର ହୋଇଥିଲା ।ଏହି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ। ଏକତରଫା ପ୍ରେମ ପାଇଁ ହତ୍ୟା ହୋଇଥିବା କରଞ୍ଜିଆ ପୋଲିସ ସୂଚନା ଦେଇଛି । ତେବେ ଏକତରଫା ପ୍ରେମ ପାଇଁ ହତ୍ୟା ଅଭିଯୋଗରେ ଟ୍ୟୁସନ ଶିକ୍ଷକକୁ ଗିରଫ କରିଛି ପୋଲିସ ।

ସୂଚନାଥାଉକି, କରଞ୍ଜିଆ ବାଙ୍କୀସାହିର ଅଭିଯୁକ୍ତ ଟ୍ୟୁସନ ଶିକ୍ଷକ ତ୍ରିଲୋଚନ ମହାକୁଡ଼ ସ୍ୱୀକାର କରିଛି ଯେ, ହତ୍ୟା କରି ମୃତଦେହକୁ ଫିଙ୍ଗିଥିଲା । ଟ୍ୟୁସନ ଶିକ୍ଷକ ତ୍ରିଲୋଚନ ବେଲ୍ଟ ସାହାଯ୍ୟରେ ନାବାଳିକାର ତଣ୍ଟି ଚିପି ହତ୍ୟା କରିଥିଲା । ଏହାପରେ ଏକ ଅଖାରେ ମୃତଦେହକୁ ଭର୍ତ୍ତି କରି ବୁଦା ମୂଳେ ଫିଙ୍ଗି ଦେଇଥିଲା।

Leave A Reply

Your email address will not be published.