Latest Odisha News

ନାଗାର୍ଜୁନ ବେଶରେ ସଜ୍ଜିତ ହେବେ ମହାପ୍ରଭୁ, ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଯାତ୍ରା କଲା ତୁଳସୀ ରଥ

ସୋନପୁର: ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ପାଇଁ ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଯାତ୍ରା କଲା ତୁଳସୀ ରଥ । ସୋନପୁର ଜିଲ୍ଲା ବିନିକାରେ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଏକ ସୁସଜ୍ଜିତ ତୁଳସୀ ରଥ ବାହାରି ପୁରୀ ଅଭିମୁଖେ ଯାତ୍ରା କରିଛି । ସୋନପୁର ବ୍ଲକ ଛକ ଠାରେ ତୁଳସୀ ରଥ ପହଞ୍ଚିବା ପରେ ଜିଲ୍ଲାପାଳ ବିମଳେନ୍ଦୁ ରୟେ ଓ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କ ସହିତ ଅନେକ ଭକ୍ତ ସ୍ୱାଗତ କରିଥିଲେ l ପରେ ସହର ପରିକ୍ରମା କରିବା ପରେ ବୌଦ୍ଧ ଦେଇ ନୟାଗଡ, ଖୋର୍ଦ୍ଧା ପରେ ପୁରୀ ଶ୍ରୀମନ୍ଦିରରେ ପହଞ୍ଚିବ l

ହରିବୋଲ ହୁଳହୁଳି ଘଣ୍ଟ ଓ ଶଙ୍ଖ ବାଦ୍ୟ ରେ ଆଜି ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା l ରଥ ପରିକ୍ରମା ବେଳେ ପ୍ରତ୍ୟେକ ସାହି ଓ ଛକ ମାନଙ୍କରେ ଶହ ଶହ ମହିଳା ଭକ୍ତ ତୁଳସୀ, ଫୁଲ, ଧୂପ, ଦୀପ ଅର୍ପଣ କରି  ଅନେକ ଭକ୍ତ  ରଥ ରେ କିଛି କିଛି ଦକ୍ଷିଣା ମଧ୍ୟ ପ୍ରଦାନ କରିଥିଲେ l ପବିତ୍ର ଏକାଦଶୀ ତିଥିରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଏହି ସବୁ ଜିନିଷ ଲାଗି ହେବ l

Comments are closed.