ଭୁବନେଶ୍ୱର: ପୁଣି ଅଡୁଆରେ ପଡିଛନ୍ତି ତୁଳସୀ ଯାତ୍ରା ମାଲିକ ନାଣ୍ଡୁ ବାବୁ । ତାଙ୍କ ନାଁରେ ବାଲିପାଟଣା ଥାନାରେ ଏତଲା ଦିଆଯାଇଛି । ଯାତ୍ରା କଳାକାର ସାଇ ସତ୍ୟଜିତ ପଣ୍ଡାଙ୍କ ମା ଏତଲା ଦେଇଛନ୍ତି । ସତ୍ୟଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଯାଇ ଏତଲାରେ ଲେଖା ହୋଇଛି । ସତ୍ୟସାଇଙ୍କୁ ମାନସିକ ନିର୍ଯାତନା ଦିଆଯିବା ସହ ଧମକଚମକ ଦିଆଯାଉଥିବା ସେ କହିଛନ୍ତି ।
ବର୍ତ୍ତମାନ ସାଇ ସତ୍ୟଜିତ ତୁଳସୀ ଗଣନାଟ୍ୟରେ ଖଳନାୟକ ଭାବେ ଅଭିନୟ କରୁଛନ୍ତି । କିଛିଦିନ ଆଗରୁ ତୁଳସୀ ଯାତ୍ରାରେ କାମ କରୁଥିବା ଅଭିନେତ୍ରୀଙ୍କୁ ନେଇ ନାଣ୍ଡୁବାବୁ ବିବାଦରେ ଫସିଥିଲେ । ସେ ବିବାଦ ଥମିବା ପରେ ପୁଣି ଏକ ବିବାଦକୁ ଯାଇଛନ୍ତି ନାଣ୍ଡୁ ବାବୁ । ତେବେ ଏହାକୁ ସେ କେମିତି ସମାଧାନ କରୁଛନ୍ତି ତାକୁ ସମସ୍ତେ ଚାହିଁଛନ୍ତି ।
ତୁଳସୀ ଗଣନାଟ୍ୟରେ ଗତ ବର୍ଷ ଅଗଷ୍ଟ ୪ରେ ସାଇ ଯୋଗ ଦେଇଥିଲେ। ଆଉ ବର୍ଷକ ପାଇଁ ତୁଳସୀ ଗଣନାଟ୍ୟରେ ଚୁକ୍ତି କରିଥିଲେ। ଖଣ୍ଡଗିରି ମେଳା ଆରମ୍ଭରୁ ସାଇଙ୍କୁ କ୍ୟାମ୍ପ ଭିତରେ ଅସାମାଜିକ ବ୍ୟକ୍ତି ଧମକଚମକ ଦେଉଥିଲେ। ଗତକାଲି ରାତିରେ ସାଇ ଚେତା ହରାଇଥିଲେ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାନସିକ ସନ୍ତୁଳନ ହରାଇ ସାଇ ଅସୁସ୍ଥ ଥିବା ପରିବାର ସୂତ୍ରରୁ ସୂଚନା ମିଳିଛି।
Comments are closed.