Latest Odisha News

BREAKING NEWS

Tumbbad 2:ଏହି ଦିନ ମୁକ୍ତିଲାଭ କରିବ ସୋହମ ଶାହଙ୍କ ବ୍ଲକବଷ୍ଟର ଫିଲ୍ମର ସିକ୍ୱେଲ୍

ନୂଆଦିଲ୍ଲୀ:ହରର-ଥ୍ରିଲର ‘ତୁମ୍ବାଡ’ ସିକ୍ୱେଲ, ‘ତୁମ୍ବାଡ 2’ ପରଦାରେ ପୁଣି ଧମାକା କରିବ । “ତୁମ୍ବାଡ 2″ର ନିର୍ମାତା ଫିଲ୍ମର ରିଲିଜ ତାରିଖ ପ୍ରକାଶ କରିଛନ୍ତି । ୨୦୧୮ ମସିହାରେ “ତୁମ୍ବାଡ” ନାମକ ଏକ ହରର-ଥ୍ରିଲର ଚଳଚ୍ଚିତ୍ର ମୁକ୍ତିଲାଭ ହୋଇଥିଲା। ସେହି ସମୟରେ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା, କିନ୍ତୁ ୨୦୨୪ ମସିହାରେ ଏହା ପୁନଃ ମୁକ୍ତିଲାଭ କରିଥିଲା, ଯାହା ବ୍ୟାପକ ପ୍ରଶଂସା ପାଇଥିଲା ଏବଂ ଭଲ ବ୍ୟବସାୟ କରିଥିଲା।

ପୁନଃ ମୁକ୍ତିଲାଭର ସଫଳତା ପରେ, ନିର୍ମାତା ଏକ ସିକ୍ୱେଲ୍ ଉପରେ କାମ କରୁଛନ୍ତି। ନିକଟରେ, “ତୁମ୍ବାଡ ୨” ର ସୁଟିଂ ଚାଲିଥିବା ଖବର ପ୍ରକାଶିତ ହୋଇଥିଲା। ଏବେ, ମୁକ୍ତିଲାଭ ତାରିଖ ପ୍ରକାଶ ପାଇଛି। ସୋହମ ଶାହ ଫିଲ୍ମସ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମଟି ଡିସେମ୍ବର ୩, ୨୦୨୭ରେ ସିନେମା ହଲରେ ରିଲିଜ୍ ହେବାର ଯୋଜନା ରହିଛି ।

 

 

View this post on Instagram

 

A post shared by Sohum Shah (@shah_sohum)

ସୋହମ ଶାହ ଆନୁଷ୍ଠାନିକ ଭାବରେ “ତୁମ୍ବାଡ 2″ ର ରିଲିଜ ତାରିଖ ଘୋଷଣା କରିଛନ୍ତି ।ସୋହମ ଶାହ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ‘ତୁମ୍ବାଡ 2’ ପାଇଁ ଏକ ନୂତନ ପୋଷ୍ଟର ସେୟାର କରିଛନ୍ତି, ଯେଉଁଥିରେ ଫିଲ୍ମର ରିଲିଜ ତାରିଖ ପ୍ରକାଶ ପାଇଛି । ପୋଷ୍ଟର ସେୟାର କରି ନିର୍ମାତାମାନେ କ୍ୟାପସନରେ ଲେଖିଛନ୍ତି, ” ଆପଣଙ୍କ କ୍ୟାଲେଣ୍ଡରରେ ତାରିଖ ଚିହ୍ନିତ କରନ୍ତୁ: ତୁମ୍ବାଡ୍ 2 ଆସୁଛି ଡିସେମ୍ବର ୩, ୨୦୨୭ରେ ।”

ଏହି ମାସର ଆରମ୍ଭରେ, ନିର୍ମାତାମାନେ ଫିଲ୍ମର ଏକ ମୋସନ୍ ପୋଷ୍ଟର ସେୟାର କରି ପ୍ରଶଂସକମାନଙ୍କୁ ସୁଟିଂ ଆରମ୍ଭ ହେବାର ଖୁସି ଖବର ଦେଇଥିଲେ । ମୋସନ୍ ପୋଷ୍ଟର ସେୟାର କରି ନିର୍ମାତାମାନେ କ୍ୟାପସନରେ ଲେଖିଛନ୍ତି, “ଆଶୀର୍ବାଦ ଏବଂ କୃତଜ୍ଞତା ସହିତ, ‘ତୁମ୍ବାଡ୍ 2’ର ଯାତ୍ରା ଆରମ୍ଭ ହେଉଛି । ଆମେ ସମସ୍ତେ ଏହି କାହାଣୀକୁ ଆଗକୁ ନେବା ପାଇଁ ଏକାଠି ହୋଇଛୁ ।”

“ତୁମ୍ବାଡ 2” ନିର୍ଦ୍ଦେଶନା ଦେଉଛନ୍ତି ଆଦେଶ ପ୍ରସାଦ। ସେ ଏହାର କାହାଣୀ ମଧ୍ୟ ଲେଖିଛନ୍ତି। ପ୍ରଥମ ଭାଗ ପରି, ଦ୍ୱିତୀୟ ଭାଗରେ ମଧ୍ୟ ସୋହମ ଶାହଙ୍କୁ ଦେଖିବାକୁ ମିଳିବ।

Leave A Reply

Your email address will not be published.