ଇସ୍ତାନବୁଲ: ତୁର୍କି ଏବଂ ସିରିଆରେ ଭୟଙ୍କର ଭୂମିକମ୍ପ । ଥରେ ନୁହେଁ ଦୁଇ ଦୁଇ ଥର ଝଟକାରେ ଥରି ଯାଇଛି ତୁ୍ର୍କି ଓ ସିରିଆ। ରିକ୍ଟର ସ୍କେଲରେ ତୀବ୍ରତା ୭.୮ ରେକର୍ଡ କରାଯାଇଛି । ସରକାରୀ ସୂତ୍ର ଅନୁଯାୟୀ, ଏବେ ସୁଦ୍ଧା ତୁର୍କିରେ ୫୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସିରିଆରେ ୪୨ ଜଣଙ୍କ ମୃ୍ତ୍ୟୁ ଘଟିଥିବା ଜଣାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି । ଶହ ଶହ ଲୋକ ଧ୍ୱଂସସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୋମବାର ସକାଳେ ଅର୍ଥାତ ସ୍ଥାନୀୟ ସମୟ ଭୋର ୪ ଟା ୧୭ରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଦକ୍ଷିଣ ତୁର୍କୀର ଗଜିୟାଂଟେପରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଅଞ୍ଚଳ ସିରିଆ ସୀମାକୁ ଲାଗିଥିବାରୁ ସେଠାରେ ମଧ୍ୟ ଭୂକମ୍ପ ପ୍ରଭାବ ଅନୁଭୂତ ହୋଇଥିଲା । ଭୂକମ୍ପ ଯୋଗୁ ବଡ ବଡ କୋଠା ଏବଂ ବହୁତଳ ବିଶିଷ୍ଟ ଅଟ୍ଟଳିକା ତାସ ଘର ପରି ଭୁଶୁଡି ମାଟିରେ ମିଶି ଯାଇଛି । ଭୂମିକମ୍ପର ଭୟାନକ ଚିତ୍ର ଛାତି ଥରାଇ ଦେଉଛି । ଭୂମିକମ୍ପ ଯୋଗୁ ଲୋକେ ଏଣେ ତେଣେ ଦଉଡୁଥିବା ଦେଖିବାକୁ ମିଳିଛି । ତୁର୍କି ଓ ସିରିଆ ବ୍ୟତୀତ ଲେବାନନ, ସାଇପ୍ରସରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା।
ଧ୍ୱଂସ ସ୍ତୁପ ତଳୁ ଆର୍ତ୍ତ ଚିତ୍କାର ଶୁଭୁଛି । ତୁର୍କିର ଜରୁରୀକାଳୀନ ସେବା ପକ୍ଷରୁ କୁହାଯାଇଛି, ଭୂକମ୍ପୀ ତୀବ୍ରତା ରିକ୍ଟର ସ୍କେଲରେ ୭.୮ ଥିଲା । ତୁର୍କିର ଜରୁରୀକାଳୀନ ସେବା ପକ୍ଷରୁ କୁହାଯାଇଛି, ଭୂକମ୍ପରେ ତୁର୍କିରେ ୭୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୪୦ ଆହତ ହୋଇଛନ୍ତି । ସେହିପରି ସିରିଆରେ ୮୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦୦ ଲୋକ ଆହତ ହୋଇଝଛନ୍ତି । ଭୂକମ୍ପର ତୀବ୍ରତାକୁ ଦେଖି ଇଟାଲିରେ ସୁନାମୀ ଆଲର୍ଟ ଜାରି କରାଯାଇଛି ।
ଅନ୍ୟପକ୍ଷେ ତୁର୍କୀ ସରକାର ଏହି ଭୂକମ୍ପକୁ ଲେବଲ ୪ ଭାବେ ଦର୍ଶାଇଛନ୍ତି। ଏହାର ଅର୍ଥ ଅନ୍ତର୍ଜାତୀୟ ସହାୟତା ପାଇଁ ତୁର୍କୀ ହକଦାର।
hquake in the streets of Turkey.
Death toll from Turkey-Syria quake rises to 160, nearly 1000+ injured after Powerful 7.8 magnitude earthquake hits in southern Turkey.#Idlib #Syria #EarthquakePH #DEPREMOLDU #Turkey pic.twitter.com/SYYprrpNmT
— Chaudhary Parvez (@ChaudharyParvez) February 6, 2023
BREAKING: Powerful 7.8 magnitude earthquake strikes southern Turkey, injuring multiple people; multiple fatalities expected.pic.twitter.com/qu8jwgvaIZ
— Dredre babb (@DredreBabb) February 6, 2023
Comments are closed.