Latest Odisha News

BREAKING NEWS

ବନ୍ଦ ହେବ ତୁର୍କମେନିସ୍ତାନର ନର୍କର ଦ୍ୱାର !

ଅଶଗବାତ: ତୁର୍କମେନିସ୍ତାନର ପ୍ରମୁଖ ସ୍ଥାନ ତଥା ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ବିବେଚିତ ଗେଟ୍ସ ଅଫ ହେଲ(ନର୍କର ଦ୍ୱାର)କୁ ସରକାର ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ପ୍ରାକୃତିକ ଗ୍ୟାସ କ୍ରେଟର ଅସ୍ତିତ୍ୱ ଏଥର ସମାପ୍ତ ହେବ । ରାଜଧାନୀ ଅଶବବାତଠାରୁ ୧୬୦ ମାଇଲ ଦୂରରେ ଥିବା ମରୁଭୂମିର ଏକ ବିଶାଳକାୟ ଗର୍ତରୁ ପ୍ରାକୃତିକ ଅଗ୍ନି ଉଦଗୀରଣ ହୋଇଥାଏ ।

୧୯୭୧ରେ ଗ୍ୟାସ ଡ୍ରିଲିଂ ବେଳେ ଏହି ଗର୍ତ ସୃଷ୍ଟି ହୋଇଥିଲା । ୨୦ ମିଟର ଗଭୀର ଓ ୬୦ ମିଟର ଚୌଡା ଏହି ଗର୍ତରୁ ଗ୍ୟାସ ଉଦୀଗରଣ ହେବାରୁ ଭୂବୈଜ୍ଞାନିକମାନେ ଏଥିରେ ନିଆଁ ଲଗାଇ ଦେଇଥିଲେ । ସେମାନେ ଆଶା କରିଥିଲେ କିଛି ଦିନ ପରେ ଏହା ଲିଭିଯିବ । ମାତ୍ର ସେବେଠାରୁ ଏହା ଜଳୁଛି । ଫଳରେ ପାଖାପାଖି ପରିବେଷ ପ୍ରଦୂଷିତ ହେଉଥିବାରୁ ସରକାର ଏହାକୁ ଲିଭାଇବା ଏବଂ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.