Latest Odisha News

BREAKING NEWS

ବିରୋଧ ପ୍ରତିଶୋଧରେ ବଦଳିଯିବା ଗଣତନ୍ତ୍ର ପାଇଁ ଅଭିଶାପ-ଉପ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦିଲ୍ଲୀର ବିଜ୍ଞାନ ଭବନରେ ଜାମିଆ ମିଲିଆ ଇସଲାମିଆର   ଦୀକ୍ଷାନ୍ତ ସମାରୋହରେ ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ ଯୋଗଦେଇ ଲୋକତନ୍ତ୍ର ମନ୍ଦିରରେ ବ୍ୟବଧାନକୁ ହତିଆର ଭାବେ ବ୍ୟବହାର କରାଯିବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ବ୍ୟବଧାନ ଏବଂ ଅଶାନ୍ତି ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତିକୂଳ । ସେ କହିଛନ୍ତି, ସଂସଦକୁ ଚଲାଇବା ପାଇଁ କୌଣସି ବାହନା ଖୋଜିବା ଉଚିତ ନୁହେଁ ।  ପ୍ରଶ୍ନକାଳ ନ ରହିବା ତର୍କ ସଙ୍ଗତ ବୋଲି ଭାବିବା ଉଚିତ ନୁହେଁ । ଆଇନ ଆଧାରିତ ଶାସନକୁ ଚାଲେଞ୍ଚ ଦେବା ପାଇଁ ରାସ୍ତା ଉପରେ ଆନ୍ଦୋଳନ କରିବା ସୁଶାସନ ଏବଂ ଗଣତନ୍ତ୍ରର ପରିଚୟ ନୁହେଁ ।

ରବିବାର ଜାମିଆ ମିଲିଆ ଇସଲାମିଆର ଶହେବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ସମାରୋହକୁ ସମ୍ବୋଧିତ କରି ଉପରାଷ୍ଟ୍ରପତି କହିଛନ୍ତି, ଗଣତନ୍ତ୍ର ଖବର, ଚର୍ଚ୍ଚା, ବିଚାର-ବିମର୍ଷ ଏବଂ ଯୁକ୍ତିକୁ ନେଇ ଆଗେଇଥାଏ । ସେ ବ୍ୟବଧାନ ଏବଂ ବ୍ୟତିକ୍ରମକୁ ଗଣତାନ୍ତ୍ରିକ ମୂଲ୍ୟର ବିପରୀତ ବୋଲି କହିଛନ୍ତି ।
ସେ ଆହୁରି କହିଥିଲେ, ଗଣତନ୍ତ୍ରର ମନ୍ଦିର ଯାହାର ମୂଳ ଲକ୍ଷ୍ୟ ହେଉଛି ଲୋକଙ୍କ ନ୍ୟାୟକୁ ସୁରକ୍ଷିତ ରଖିବା ସେଠାରେ ଅଶାନ୍ତିକୁ ହତିଆର ଭାବେ ବ୍ୟବହାର କରାଯାଉଛି । ଗଣତାନ୍ତ୍ରିକ ମୂଲ୍ୟର ସାରକୁ ସଂରକ୍ଷିତ ରଖିବା ପାଇଁ ଉପରାଷ୍ଟ୍ରପତି ସମସ୍ତଙ୍କୁ ଆହ୍‌:ାନ ଦେଇ କହିଥିିଲେ, ସଂସଦର ପ୍ରତିଟି ମୁହୂର୍ତ୍ତକୁ କ୍ରିୟାଶୀଳ କରିବା ପାଇଁ କୌଣସି ବାହନା ଖୋଜିବାର ଆବଶ୍ୟକତା ନାହିଁ ।

ସେ କହିଛନ୍ତି,କୌଣସି ବିଶେଷ ଦିନରେ ଯଦି ସଂସଦରେ ବ୍ୟବଧାନ ଥାଏ ତେବେ ପ୍ରଶ୍ନକାଳ ହୋଇପାରେ ନାହିଁ । ପ୍ରଶ୍ନକାଳରେ ପଚରାଯାଇଥିବା ପ୍ରତିଟି ପ୍ରଶ୍ନର ଉତ୍ତର ଦେବାକୁ ସରକାର ବାଧ୍ୟ । ଏଥିରେ ସରକାରଙ୍କୁ ଯଥେଷ୍ଟ ଫାଇଦା ମିଳିଥାଏ । ଯଦି ଆପଣ ଲୋକତାନ୍ତ୍ରିକ ମୂଲ୍ୟ ଏବଂ ସୁଶାସନର ସଂଜ୍ଞାକୁ ସମୀକ୍ଷା କରିବେ ତେବେ ଜାଣିପାରିବେ, ପ୍ରଶ୍ନକାଳ ନ ରହିବା କେବେ ବି ଯୁକ୍ତିଯୁକ୍ତ ନୁହେଁ ।

ଉପରାଷ୍ଟ୍ରପତି କହିଥିଲେ, ସହମତି ଏବଂ ଅସହମତି ଲୋକତାନ୍ତ୍ରିକ ପ୍ରକ୍ରିୟାର ସ୍‌:ାଭାବିକ ପ୍ରକ୍ରିୟା ଅଟେ । ହେଲେ ଅସହମତିକୁ ବିରୋଧରେ ପରିବର୍ତ୍ତନ କରିବା ଗଣତନ୍ତ୍ର ପାଇଁ କୌଣସି ଅଭିଶାପଠାରୁ କମ ନୁହେଁ । ସେ କହିଥିଲେ, ବିରୋଧ ପ୍ରତିଶୋଧରେ ବଦଳିଯିବା ଉଚିତ ନୁହେଁ ।

Comments are closed.