Latest Odisha News

କାକଟପୁର ଆସନରୁ ତୁଷାରକାନ୍ତି ବେହେରାଙ୍କ ବିଜୟ

କାକଟପୁର: କାକଟପୁର ଆସନରୁ ବିଜୟ ଲାଭ କଲେ ବିଜେଡି ପ୍ରର୍ଥୀ ତୁଷାରକାନ୍ତି ବେହେରା । ପ୍ରତିଦ୍ୱନ୍ଦ୍ୱୀ ବାଇଧର ମଲ୍ଲିକଙ୍କୁ ହରାଇ ବାଜିମାତ୍ କରିଛନ୍ତି ତୁଷାରକାନ୍ତି । ୮୪୦୧୦ ଭୋଟରେ ବାଜିମାତ୍ କରିଛନ୍ତି ତୁଷାର । ୨୩୧୫୧ ଖଣ୍ଡ ଭୋଟରେ ପ୍ରତିଦ୍ଵନ୍ଦୀ ପ୍ରାର୍ଥୀ ବାଇଧର ମଲ୍ଲିକଙ୍କୁ ପରାସ୍ତ କରିଛନ୍ତି ତୁଷାର ।

ତୁଷାରକାନ୍ତି ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଆସୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ତୁଷାରକାନ୍ତି କାକଟପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ୧୬ଶ ଓଡ଼ିଶା ବିଧାନ ସଭାରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଏବଂ ଖେଳ ଓ ଯୁବ ସେବା ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ ।

Comments are closed.