କେନ୍ଦୁଝର : ବିଦ୍ୟୁତ ସଂସ୍ପର୍ଶରେ ଆସି ପୁଣି ଏକ ଦନ୍ତାହାତୀର ଜୀବନ ଯାଇଛି। ସୂଚନା ଅନୁସାରେ କେନ୍ଦୁଝର ଚମ୍ପୁଆ ରେଞ୍ଜ୍ ବାମେବାରି ଫରେଷ୍ଟ ସେକ୍ସନ ନୟାଗଡ଼ ବିଟ୍ ବସନ୍ତପୁର ଜଡ଼ିପଦାସାହିରେ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
କେନ୍ଦୁଝର DFO ଧନରାଜ ହନୁମନ୍ତଙ୍କ ଅନୁସାରେ, ଆଜି ସକାଳ ପ୍ରାୟ ୫ଟାରୁ ୬ଟା ଭିତରେ ଏହି ଘଟଣା ଘଟିଛି। ହାତୀଟି ଗତକାଲି ବିଳମ୍ବିତ ରାତିରେ ଖାଦ୍ୟ ଅନ୍ୱେଷଣରେ ଏହି ଅଞ୍ଚଳରେ ବୁଲିଥିବା ବେଳେ ବିଦ୍ୟୁତ୍ ଖୁଣ୍ଟର ଷ୍ଟେ ତାର ସଂସ୍ପର୍ଶରେ ଆସିଯାଇଥିଲା। ଯେହେତୁ ଏଥିରେ କରେଣ୍ଟ ପ୍ରବାହିତ ହେଉଥିଲା, ତେଣୁ ହାତୀଟିର ମୃତ୍ୟୁ ଘଟିଛି। ପ୍ରାଥମିକ ତଦନ୍ତରୁ ଏହା ବିଦ୍ୟୁତ ଆଘାତଜନିତ ମୃତ୍ୟୁ ବୋଲି ସ୍ପଷ୍ଟ ହୋଇଛି।
Comments are closed.