Latest Odisha News

BREAKING NEWS

ବଡ଼ ଧରଣର ଦୁର୍ଘଟଣା; ନାଳକୁ ଖସିପଡିଲା ଯାତ୍ରୀବାହୀ ବସ୍, ୧୬ ମୃତ, ୩୦ ଆହତ

ଢାକା: ବାଂଲାଦେଶର ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ରବିବାର ସକାଳେ ମଦିରାପୁର ଶିବଚର ଉପଜିଲ୍ଲାର କୁତୁବପୁର ଅଞ୍ଚଳରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ପଦ୍ମା ବ୍ରିଜ୍ ଦେଇ ରାଜଧାନୀ ଢାକାକୁ ଫେରୁଥିବା ବେଳେ  ଦୁର୍ଘଟଣାଗ୍ରସ୍ତ ହୋଇ ନାଳକୁ ଖସିପଡ଼ିବାରୁ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୩୦ ଜଣ ଆହତ ମଧ୍ୟ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ମୃତକଙ୍କ ପରିଚୟ ଜଣାପଡ଼ି ନାହିଁ।

ବସ୍‌ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଶବଚର ହାଇୱେ ପୁଲିସ ଷ୍ଟେସନ୍‌ର ଓସି ଅବୁ ନୟୀମ ଏମ୍ଡି ମଫାଜେଲ୍ ହକ୍ କହିଛନ୍ତି।

ପ୍ରାଥମିକ ତଦନ୍ତ ରିପୋର୍ଟରେ ଜଣାପଡ଼ିଛି ଯେ ଇମାଦ ପରିବହନ ବସ୍ ଚଳାଉଥିବା ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସ୍‌ଟି ଖାଇ ଭିତରକୁ ଖସିପଡ଼ିଥିଲା। ଏଥିରେ ଡ୍ରାଇଭରଙ୍କ ଅବସ୍ଥା ବି ଗୁରୁତର ଥିବା କୁହାଯାଉଛି। ଆହତମାନଙ୍କୁ ସେମାନଙ୍କର ଆହତ ଅବସ୍ଥା ଅନୁସାରେ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ମଦାରିପୁର ଏସ୍‌ପି ଏମ୍‌ଡି ମାସୁଦ ଆଲମ କହିଛନ୍ତି।

Leave A Reply

Your email address will not be published.