ମୁମ୍ବାଇ: ଏବେ ବଲିଉଡରୁ ଅନେକ ଦୁଃଖଦ ଖବର ଶୁଣିବାକୁ ମିଳୁଛି । ଧର୍ମେନ୍ଦ୍ର ଓ ପ୍ରେମଚୋପ୍ରାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବା ବେଳେ ଜିତେନ୍ଦ୍ର ମଧ୍ୟ ହଠାତ କାଲି ତଳେ ପଡି ଯାଇଥିଲେ । ଯାହାକୁ ନେଇ ପ୍ରଶଂସକମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । ସଞ୍ଜୟ ଖାଁଙ୍କ ପତ୍ନୀ ଜରୀନଙ୍କ ପ୍ରେୟର ମିଟରେ ଜିତେନ୍ଦ୍ର ଯୋଗ ଦେଇଥିଲେ । ହଠାତ ତାଙ୍କ ସନ୍ତୁଳନ ବିଗିଡି ଯାଇଥିଲା ଏବଂ ସେ ତଳେ ପଡି ଯାଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିଥିଲା । ଯାହାକୁ ନେଇ ପ୍ରଶଂସକମାନେ ବ୍ୟସ୍ତ ହୋଇ ପଡିଥିଲେ ।
ଏବେ ଜିତେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ତାଙ୍କ ପୁଅ ତୁଷାର କାପୁର ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ମୋ ବାପା ସମ୍ପୂର୍ଣ୍ଣ ସୁସ୍ଥ୍ ଅଛନ୍ତି । ସେଦିନ ସେ କେବଳ ପଡି ଯାଇଥିଲେ । ଭାଗ୍ୟ ଭଲ କିଛି କ୍ଷତି ହୋଇନି । ଜିତେନ୍ଦ୍ର ପଡିବା ପରେ ଫଟୋଗ୍ରାଫରଙ୍କ ସହ ହସୁଥିବା ଦେଖିବାକୁ ମିଳିଥିଲା । ସେ ହିମ୍ମତୱାଲା, କାରାୱାଁ ଓ ତୋଫା ପରି ସୁପରହିଟ ଫିଲ୍ମ ଦେଇଛନ୍ତି । ଜିତେନ୍ଦ୍ର ୨୦୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିଛନ୍ତି । ଏବେ ସେ ଦୀର୍ଘ ଦିନ ହେବ ବଡ ପରଦାଠାରୁ ଦୂରେଇ ରହିଛନ୍ତି । ୨୦୨୫ରେ ହୋ ଜାତା ହେ ପ୍ୟାରରେ ତାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ।
Comments are closed.