ମୁମ୍ବାଇ: ମହାନ ଅଭିନେତ୍ରୀ ମଧୂବାଳାଙ୍କ ଜୀବନୀ ଉପରେ ଫିଲ୍ମ କରିବା ପାଇଁ ନିର୍ମାତା ଟୁଟୁ ଶର୍ମା ନିଷ୍ପତି ନେଇଛନ୍ତି । ସୁଶୀଲା କୁମାରୀଙ୍କ ପୁସ୍ତକ ମଧୂବାଳା-ଦର୍ଦ କା ସଫର ଉପରେ ଏହି ଫିଲ୍ମ ଆଧାରିତ ହେବ । ମୁଗଲ ଏ ଆଜାମ ଫିଲ୍ମର ଅନାରକଲୀ ଭୂମିକା କରି ସେ ଘରେ ଘରେ ପରିଚିତ ହୋଇଥିଲେ । ୬୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିଥିବା ମଧୂବାଳାଙ୍କ ଶେଷ ଜୀବନ କିନ୍ତୁ ଦୁଃଖରେ କଟିଥିଲା । ସର୍ବକାଳୀନ ଶ୍ରେଷ୍ଠ ଅଭିନେତ୍ରୀ ଶ୍ରେଣୀରେ ସାମିଲ ମଧୂବାଳାଙ୍କ ଜୀବନ ବିଷୟରେ କିଏ ବା ଜାଣିବାକୁ ଚାହିଁବନି ବୋଲି ଟୁଟୁ ଶର୍ମା କହିଛନ୍ତି । କେବେ ଏହି ଫିଲ୍ମ ଫ୍ଲୋରକୁ ଯିବ ପ୍ରଶ୍ନର ଉତରରେ ସେ କହିଥିଲେ, ପ୍ରଥମେ କାହାଣୀ ପ୍ରସ୍ତୁତ ହୋଇସାରିବା ପରେ ଏହି ଭୂମିକାରେ କିଏ ଅଭିନୟ କରିବ ତାହା ସ୍ପଷ୍ଟ କରାଯିବ । ମୋତେ ଏକ ସମ୍ମାନଜନକ କାମ ମିଳିଛି ଏବଂ ଏହାକୁ ମୁଁ ହାତଛଡା କରିବାକୁ ଚାହୁଁ ନାହିଁ ବୋଲି ସେ କହିଛନ୍ତି । ସେ ଏପରି ଏକ ଅଭିନେତ୍ରୀ ଥିଲେ ଯେ ତାଙ୍କର ଅଭିନୟ ଶୈଳୀ, ଷ୍ଟାଇଲ, ଲୁକ ସବୁ କିଛି ଏବେ ବି କପି କରାଯାଉଛି ବୋଲି ସେ କହିଛନ୍ତି ।
BREAKING NEWS
- ଏହି ସବୁ ସମସ୍ୟା ନେଇ ଫେବ୍ରୁଆରୀ ୨ରୁ ୧୭ ଯାଏଁ ପ୍ରତିଟି ଜିଲ୍ଲାରେ ବିକ୍ଷୋଭ କରିବ ବିଜେଡି
- IED Blast: ଆଇଇଡି ବିସ୍ଫୋରଣରେ ୩ ଜଣ ଯବାନ ଆହତ
- ଫୁଟବଲ୍ ପଡ଼ିଆରେ ଆଖିବୁଜା ଗୁଳିମାଡ଼, ୧୧ ମୃତ
- Trade Deal With EU: ୟୁରୋପୀୟ କାର ଉପରୁ ୪୦% ଶୁଳ୍କ ହ୍ରାସ କରିପାରେ ଭାରତ
- Weather Update: ଆସନ୍ତା ୪ ଦିନ ମଧ୍ୟରେ ୨ରୁ ୩ ଡିଗ୍ରି ବଢିବ ରାତି ତାପମାତ୍ରା, କମିବ ଶୀତ
- ଗଣତନ୍ତ୍ର ଦିବସ; କର୍ତ୍ତବ୍ୟ ପଥରେ ଜଲୱା ଦେଖାଇଲା ଓଡ଼ିଶାର ପ୍ରଜ୍ଞାପନ ମେଢ
- Police Medals: ଉଲ୍ଲେଖନୀୟ ସେବା ପାଇଁ ୨୦ ଜଣଙ୍କୁ ମିଳିଲା ପୋଲିସ ପଦକ
- Republic Day: ପରେଡରେ ଦମ୍ ଦେଖାଇଲେ ଭାରତୀୟ ସେନାର ପଶୁ ଓ ପକ୍ଷୀ
- ଭାରତୀୟ ସୀମାରେ ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ହତ୍ୟା କଲେ ସୁରକ୍ଷାକର୍ମୀ
- Republic Day: କର୍ତ୍ତବ୍ୟପଥରେ ତ୍ରିରଙ୍ଗା ଉଡ଼ାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Comments are closed.