ମୁମ୍ବାଇ: ମହାନ ଅଭିନେତ୍ରୀ ମଧୂବାଳାଙ୍କ ଜୀବନୀ ଉପରେ ଫିଲ୍ମ କରିବା ପାଇଁ ନିର୍ମାତା ଟୁଟୁ ଶର୍ମା ନିଷ୍ପତି ନେଇଛନ୍ତି । ସୁଶୀଲା କୁମାରୀଙ୍କ ପୁସ୍ତକ ମଧୂବାଳା-ଦର୍ଦ କା ସଫର ଉପରେ ଏହି ଫିଲ୍ମ ଆଧାରିତ ହେବ । ମୁଗଲ ଏ ଆଜାମ ଫିଲ୍ମର ଅନାରକଲୀ ଭୂମିକା କରି ସେ ଘରେ ଘରେ ପରିଚିତ ହୋଇଥିଲେ । ୬୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିଥିବା ମଧୂବାଳାଙ୍କ ଶେଷ ଜୀବନ କିନ୍ତୁ ଦୁଃଖରେ କଟିଥିଲା । ସର୍ବକାଳୀନ ଶ୍ରେଷ୍ଠ ଅଭିନେତ୍ରୀ ଶ୍ରେଣୀରେ ସାମିଲ ମଧୂବାଳାଙ୍କ ଜୀବନ ବିଷୟରେ କିଏ ବା ଜାଣିବାକୁ ଚାହିଁବନି ବୋଲି ଟୁଟୁ ଶର୍ମା କହିଛନ୍ତି । କେବେ ଏହି ଫିଲ୍ମ ଫ୍ଲୋରକୁ ଯିବ ପ୍ରଶ୍ନର ଉତରରେ ସେ କହିଥିଲେ, ପ୍ରଥମେ କାହାଣୀ ପ୍ରସ୍ତୁତ ହୋଇସାରିବା ପରେ ଏହି ଭୂମିକାରେ କିଏ ଅଭିନୟ କରିବ ତାହା ସ୍ପଷ୍ଟ କରାଯିବ । ମୋତେ ଏକ ସମ୍ମାନଜନକ କାମ ମିଳିଛି ଏବଂ ଏହାକୁ ମୁଁ ହାତଛଡା କରିବାକୁ ଚାହୁଁ ନାହିଁ ବୋଲି ସେ କହିଛନ୍ତି । ସେ ଏପରି ଏକ ଅଭିନେତ୍ରୀ ଥିଲେ ଯେ ତାଙ୍କର ଅଭିନୟ ଶୈଳୀ, ଷ୍ଟାଇଲ, ଲୁକ ସବୁ କିଛି ଏବେ ବି କପି କରାଯାଉଛି ବୋଲି ସେ କହିଛନ୍ତି ।
BREAKING NEWS
- ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ଅଭିଯାନ; ୧୦ ହଜାରରୁ ଅଧିକ ମହିଳାଙ୍କୁ କିଟ୍ ଓ ସଚେତନତା ବାଣ୍ଟିଲା ଟିପିଏସ୍ଓଡିଏଲ୍
- ବିଜେଡିକୁ ଶକ୍ତ ଝଟ୍କା, ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା
- ଅପରେସନ ସାଇବର କବଚ: ୩୪,୧୦୧ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୩୬ ଜଣ ଗିରଫ
- ଏଥର ଟି୨୦ରେ ବୁମରାହଙ୍କୁ କମ ଦେଖିବାକୁ ମିଳିବ
- ଟି୨୦ ବିଶ୍ୱକପ: ଭାଙ୍ଗିଲା ଏହି ସବୁ ରେକର୍ଡ
- ଗୁଜରାଟ ଟାଇଟାନ୍ସର ବ୍ୟାଟିଂ କୋଚ ହେଲେ ମାଥ୍ୟୁ ହେଡେନ
- Nyaya Sanhita Exhibition: ଆଉ ଦୁଇ ଦିନ ବଢିଲା ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ
- ଭିତ୍ତିଭୂମି ନିର୍ମାଣରେ ଓଡ଼ିଶା ତୁଳନାରେ ଆଗୁଆ ଅଛି ଆନ୍ଧ୍ର: ବିଦ୍ୟୁତ ରିପୋର୍ଟ
- ରାଜ୍ୟରେ ଦାଦନ ଶ୍ରମିକ ବୃଦ୍ଧି, ବର୍ଷକରେ ବଢିଲେଣି ୨୨ ହଜାର ପ୍ରବାସୀ
- Youth Commits Suicide: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
Comments are closed.