Latest Odisha News

ଆତ୍ମହତ୍ୟା କଲେ ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କର

ମୁମ୍ବାଇ: ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା। ଇନ୍ଦୋର ସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ଅଭିନେତ୍ରୀ ବୈଶାଳୀ ଠକ୍କର । ଏଥିସହିତ ଅଭିନେତ୍ରୀ ଜଣକ ସୁସାଇଡ୍ ନୋଟ୍ ମଧ୍ୟ ଛାଡି ଯାଇଛନ୍ତି।

ଅଭିନେତ୍ରୀ ବୈଶାଳୀ ଠକ୍କର ଗତ ୧ ବର୍ଷ ହେଲା ଇନ୍ଦୋରରେ ରହୁଥିଲେ। ଖବର ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ସେ ଛାଡି ଯାଇଥିବା ସୁ-ସାଇଡ୍ ନୋଟ୍‌କୁ ମଧ୍ୟ ପୁଲିସ ଜବତ କରିଛି। ତେବେ କେଉଁ କାରଣରୁ ଅଭିନେତ୍ରୀ ଜଣକ ଆତ୍ମହତ୍ୟା କଲେ ସେ ନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।ବୈଶାଳୀ ଟିଭି ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ। ସେ ଅନେକ ପପୁଲାର ଶୋ’ରେ କାମ କରିଛନ୍ତି। ସେ ନିଜ ଅଭିନୟ କ୍ୟାରିଅରର ଆରମ୍ଭ ସିରିଏଲ୍ ‘ୟେ ରିସ୍ତା କ୍ୟା କେହଲାତା ହୈ’ରୁ ଆରମ୍ଭ କରିଥିଲେ।

ଏହି ଶୋ’ରେ ସେ ସଞ୍ଜନା ଚରିତ୍ରରେ ଅଭିନୟ କରିଥିଲେ।ଏହାପରେ ତାଙ୍କୁ ‘ଆଶିକି’ ଶୋ’ରେ ଦେଖିବାକୁ ମିଳିଥିଲା। ସେ ‘ସସୁରାଲ ସିମର୍ କା’ ଶୋ’ରେ ମଧ୍ୟ ନଜର ଆସିଥିଲେ । ଏହି ଶୋ’ରୁ ହିଁ ତାଙ୍କୁ ଅଧିକ ଲୋକପ୍ରିୟତା ମିଳିଥିଲା ।

Comments are closed.