Latest Odisha News

BREAKING NEWS

ଟି୨୦ ବିଶ୍ୱକପ କ୍ରିକେଟ: ପୂର୍ବତନ ଚାମ୍ପିୟନକୁ ହରାଇଲା ନାମ୍ବିଆ

ଗିଲୋଙ୍ଗ: ଟି୨୦ ବିଶ୍ୱକପ କ୍ରିକେଟରେ ଆଜି ନାମ୍ବିଆର ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଦେଇଛି । ନାମ୍ବିଆ ପ୍ରଥମ ରାଉଣ୍ଡ ଗ୍ରୁପ ଏ ମୁକାବିଲାରେ ପୂର୍ବତନ ବିଶ୍ୱ ଚାମ୍ପିୟନ ଶ୍ରୀଲଙ୍କାକୁ ୫୫ ରନରେ ପରାସ୍ତ କରିଛି । ଶ୍ରୀଲଙ୍କା ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ନାମ୍ବିଆ ୨୦ ଓଭରରେ ୭ ୱିକେଟ ହରାଇ ୧୬୩ ରନ ସଂଗ୍ରହ କରିଥିଲା । ଜେ ଫ୍ରାଏଲିଙ୍ଗ ୪୪ ରନର ଚମତ୍କାର ଇନିଂସ ଖେଳିଥିଲେ । ନାମ୍ବିଆର ବ୍ୟାଟିଂ ଦେଖି ପିଚ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଥିବା ଅନୁମାନ କରାଯାଉଥିଲା । ୧୬୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ୧୯ ଓଭରରେ ୧୦୮ ରନ କରିବାକୁ ସକ୍ଷମ ହୋଇଥିଲା ।

ନାମ୍ବିଆ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନର ଜବାବ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କ ନିକଟରେ ନ ଥିଲା । ଡେଭିଡ ୱେଇଜ, ବର୍ଣ୍ଣାଡ ସ୍କଚ ଓ ବେନ ସିଙ୍କେ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଫ୍ରାଏଲିଙ୍କ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.