Latest Odisha News

BREAKING NEWS

ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ଥାନାରେ ଅପମୃତ୍ୟୁ ମାମଲା ରୁଜୁ

କଟକ : ଓଡିଆ ସିନେମା ତଥା ଟେଲି ଧାରାବାହିକ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

ଏନେଇ ପୋଲିସ୍ କମିଶନର ସତ୍ୟଜିତ୍ ମହାନ୍ତି ସୂଚନା ଦେଇଛନ୍ତି। ଏଥିସହିତ ନିକିତାଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ କରାଯାଇନଥିବାରୁ ଏପରି ମାମଲା ରୁଜୁ କରାଯାଇଛି ।

ଏହି ଘଟଣା ସମ୍ପର୍କରେ ଯଦି କୌଣସି ଅଭିଯୋଗ ଆସେ କିମ୍ବା ଶବ ବ୍ୟବଚ୍ଛେଦ ପରେ ପୋଷ୍ଟମଟର୍ମ ରିପୋର୍ଟରୁ ସେଭଳି କିଛି ସନ୍ଦେହ ହେଲେ ଏନେଇ ଅନୁସନ୍ଧାନ ଜାରି ରହିବ ବୋଲି ପୋଲିସ୍ କମିଶନର ସୂଚନା ଦେଇଛନ୍ତି।

ଏହି ୩୦ ବର୍ଷୀୟ ଅଭିନେତ୍ରୀ ଜଣଙ୍କ କଟକସ୍ଥିତ ମହାନଦୀ ବିହାରରେ ଥିବା ନିଜ ବାପଘରେ ରହି ଆସୁଥିଲେ । ତେବେ ଶୁକ୍ରବାର ରାତିରେ କୌଣସି କାରଣବଶତଃ ସେ ଛାତରୁ ତଳକୁ ଖସି ପଡିଥିଲେ।

ଅପରପକ୍ଷରେ ସଙ୍ଗେସଙ୍ଗେ ପରିବାର ଲୋକେ ତାଙ୍କ ଗୁରୁତର ଅବସ୍ଥାରେ ଉଦ୍ଧାର ଚିକିତ୍ସା ନିମନ୍ତେ କଟକର ଏକ ଘରୋଇ ହସ୍ପିଟାଲରେ ଭତ୍ତି ହୋଇଥିଲେ । ଉକ୍ତ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୃ ଘଟିଥିଲା ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.