Latest Odisha News

BREAKING NEWS

ନିକିତା ମୃତ୍ୟୁ ଘଟଣା: ଜାମିନ ଲାଗି ଶାଶୂ-ଶ୍ୱଶୁରଙ୍କ କୋର୍ଟରେ ଆବେଦନ

କଟକ : ଓଡିଆ ସିନେମା ତଥା ଟେଲି ଧାରାବାହିକ ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା ପୁଣି ଏକ ରୋଚକ ମୋଡ ନେଇଛି ।

ନିକିତାଙ୍କ ଫେରାର ଶାଶୂ-ଶ୍ୱଶୁରଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ ଝାନଭିନ୍ ଚଳାଇଥିବା ବେଳେ ଏପର୍ଯ୍ୟନ୍ତ ଧରିପାରିନାହିଁ ।

ମିଳିଥିବା ସୂଚନାନୁଯାୟୀ ନିକିତାଙ୍କ ଏହି ରହସ୍ୟଜନକ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ସ୍ୱାମୀ ଲିପନଙ୍କୁ ଗିରଫ କରାଯାଇ ପରେ ବିଚାର ବିଭାଗୀୟ କାରାଗାରକୁ ପଠାଇ ଦିଆଯାଇଥିଲା ।

ଅନ୍ୟପକ୍ଷରେ ପୋଲିସ ନିକିତାଙ୍କ ଶ୍ୱଶୁର ଲିଙ୍ଗରାଜ ସାହୁ ଓ ଶାଶୂ କୁନ୍ତଳା ସାହୁଙ୍କ ବିରୋଧରେ ଧାରା ୪୯୮(ଏ) ଓ ୧୨୦(ବି) ମାମଲା ଦାଏର କରିଥିବା ବେଳେ ସେମାନଙ୍କୁ ଯେକୌଣସି ସମୟରେ ଗିରଫ କରାଯାଇପାରିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଜାନୁଆରୀ ୮ ତାରିଖରେ କମିଶନରେଟ୍ ପୋଲିସ ଲିପନଙ୍କ ମାଆ-ବାପାଙ୍କୁ ଥାନାରେ ହାଜର ହେବା ଲାଗି ଏକ ନୋଟିସ୍ ପଠାଇଥିଲା । କିନ୍ତୁ ସେମାନେ ଆସିନଥିଲେ ।

ଗଣମାଧ୍ୟମକୁ ସୂଚନା ଦେଇ କଟକ ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି “ଗିରଫ ଭୟରେ ସେମାନେ କେଉଁ ଆଡେ ଫେରାର ହୋଇ ଯାଇଥିବା ନେଇ ଆମେ ସନ୍ଦେହ ପ୍ରକାଶ କରୁଛୁ । ସେମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ତିଆରି କରାଯାଇଛି ଏବଂ ଘଟଣା ସମ୍ପର୍କରେ ଦୁହିଁଙ୍କୁ ଜେରା କରାଯିବା ପାଇଁ ଥାନାକୁ ଅଣାଯିବ” ବୋଲି କହିଛନ୍ତି ।

ଆହୁରି ମଧ୍ୟ ବୁଧବାର ଦିନ ଆସିଥିବା ନିକିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ ନିକିତା ଉଚ୍ଚସ୍ଥାନରୁ ତଳେ ପଡ଼ିବା ପରେ ତାଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଥିବା ରିପୋର୍ଟରେ ଉଲ୍ଲେଖ ରହିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ଅନ୍ୟପକ୍ଷରେ ଲିପନଙ୍କ ଓକିଲ ବିଦ୍ୟାଧର ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଲିପନଙ୍କ ପିତା-ମାତାଙ୍କ ଆଗୁଆ ଜାମିନ ଲାଗି ହାଇକୋର୍ଟରେ ଆବେଦନ କରାଯାଇଛି ।

Leave A Reply

Your email address will not be published.