Latest Odisha News

BREAKING NEWS

ଅଯୋଧ୍ୟା ମାମଲା: ବିଚାରପତି ଓହରି ଯିବାରୁ ଜାନୁଆରୀ ୨୯ରେ ହେବ ଶୁଣାଣି

ନୂଆଦିଲ୍ଲୀ: ଆଜି ଦିବସରେ ଦେଶର ସବୁଠୁ ଚର୍ଚ୍ଚିତ ବିବାଦୀୟ ଅଯୋଧ୍ୟା ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟ ହେବା ପୂର୍ବରୁ ଜଣେ ବିଚାରପତି  ଓହରି ଯିବାରୁ ଶୁଣାଣିକୁ ସ୍ଥଗିତ ରଖାଯାଇ ଆସନ୍ତା ଜାନୁଆରୀ ୨୯ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

ଆଜି ଅଯୋଧ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟଙ୍କ ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କରିବାର ଅବ୍ୟବହିତ ପୂର୍ବରୁ ଏଥିରେ ରହିଥିବା ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ ଓହରି ଯାଇଛନ୍ତି, ଫଳରେ ବହୁ ପ୍ରତୀକ୍ଷିତ ଶୁଣାଣି ସ୍ଥଗିତ ରହିବାକୁ ପଡ଼ିଛି । ତେଣୁ ବାଧ୍ୟ ହୋଇ ଏହି ଖଣ୍ଡପୀଠର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏହି ଶୁଣାଣି ଆସନ୍ତା ଜାନୁଆରି ୨୯ ତାରିଖରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଥିଲେ ।

ତେବେ ଏହି ୫ ଜଣିଆ ଖଣ୍ଡପୀଠରେ ଥିବା ଜଷ୍ଟିସ ୟୁ ୟୁ ଲଳିତଙ୍କୁ ନେଇ ଅନ୍ୟତମ ବିଚାରପତି ରାଜୀବ ଧାୱନ ପ୍ରଶ୍ନ ଉଠାଇଥିଲେ । କିନ୍ତୁ ଜଷ୍ଟିସ ଲଳିତ ନିଜଆଡୁ ଏହି ଶୁଣାଣି ପୂର୍ବରୁ ଓହରି ଯାଇଥିଲେ । ଏହାପରେ ଖଣ୍ଡପୀଠର ଅଧ୍ୟକ୍ଷତା କରୁଥିବା ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇ ଶୁଣାଣିକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇ ଆଗାମୀ ଶୁଣାଣିର ଦିବସ ତାରିଖ ଧାର୍ଯ୍ୟ କରିଥିଲେ ।

Leave A Reply

Your email address will not be published.