Latest Odisha News

BREAKING NEWS

ଟିଭି ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା: ସ୍ୱାମୀଙ୍କ ଜାମିନ ଆବେଦନ କୋର୍ଟରେ ଖାରଜ

କଟକ: ଅତିରିକ୍ତ ଜିଲ୍ଲା ସେସନ ଜଜ୍ -୨ ଶନିବାର ଦିନ ଟିଭି ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ତାଙ୍କର ସ୍ୱାମୀ ଲିପନ ସାହୁଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।

ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ସେସନ ଜଜ୍ ସୁଶ୍ରୀ ରାଜଲକ୍ଷ୍ମୀ ପଟ୍ଟନାୟକ ସରକାରୀ ଓକିଲ ନନ୍ଦନନ୍ଦନ ମହାପାତ୍ର ଏବଂ ଲିପନ ସାହୁଙ୍କ ଓକିଲ ସୌର ଚନ୍ଦ୍ର ମହାପାତ୍ରଙ୍କ ଯୁକ୍ତି ଶୁଣିବା ପରେ ଏହି ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।

ଏବେ ଚୌଦ୍ୱାର ଜେଲରେ ଥିବା ଲିପନଙ୍କୁ ଜାନୁଆରୀ ୭ ତାରିଖ ଦିନ ତାଙ୍କ ପତ୍ନୀଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟଣାରେ ପୋଲିସ ଗିରଫ କରିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଜାନୁଆରୀ ୪ ତାରିଖ ଦିନ କଟକସ୍ଥିତ ନିକିତାଙ୍କ ପୈତୃକ ବାସଗୃହରେ ଲିପନଙ୍କ ସହ ଝଗଡ଼ା ହେବା ପରେ ସେ ଛାତରୁ ତଳକୁ ପଡ଼ି ଯାଇଥିଲେ । ତା’ପରଦିନ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନିକିତାଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.