Latest Odisha News

BREAKING NEWS

ନିକିତା ମୃତ୍ୟୁ ଘଟଣା: ଥାନାରେ ହାଜର ହେବାକୁ ଶାଶୁ-ଶ୍ୱଶୂର ଅଧିକ ଦିନ ସମୟ ମାଗିଲେ

କଟକ: ଓଡ଼ିଆ ଟିଭି ଅଭିନେତ୍ରୀ ନିକିତାଙ୍କର ଜାନୁଆରୀ ୫ ତାରିଖରେ ମୃତ୍ୟୁ ହେବା ପରଠାରୁ ଫେରାର ରହିଥିବା ନିକିତାଙ୍କ ଶାଶୁ-ଶ୍ୱଶୂର ଅସୁସ୍ଥତା ଯୋଗୁଁ ଥାନାରେ ହାଜର ହେବାକୁ ଆଉ ଅଧିକ ଦିନ ମାଗିଛନ୍ତି । ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ନିଜର ପୈତୃକ ବାସଭବନରେ ଛାତରୁ ଖସିପଡ଼ି ମୃତ୍ୟୁ ଘଟିଥିଲା ।

ଏସମ୍ପର୍କରେ ସ୍ପିଡ଼ ପୋଷ୍ଟ ମାଧ୍ୟମରେ ଏକ ପତ୍ର ଦ୍ୱାରା ଅନୁରୋଧ କରି ନିକିତାଙ୍କ ଶ୍ୱଶୂର ଲିଙ୍ଗରାଜ ସାହୁ ଏବଂ ଶାଶୁ କୁନ୍ତଳା ସାହୁ ନିଜ ଶରୀର ଅସୁସ୍ଥ ବିଷୟରେ ଦର୍ଶାଇଛନ୍ତି । ଅସୁସ୍ଥତା ଯୋଗୁଁ ପୋଲିସର ନୋଟିସ ଅନୁଯାୟୀ ଜାନୁଆରୀ ୧୯ ତାରିଖ ବା ତାହା ପୂର୍ବରୁ ଥାନାରେ ହାଜର ହୋଇପାରିବେ ନାହିଁ ବୋଲି ସେମାନେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ନିକିତାଙ୍କ ଶାଶୁ-ଶ୍ୱଶୂରଙ୍କ ବାସଭବନରେ ସେମାନଙ୍କ ଅନୁପସ୍ଥିତି ଯୋଗୁଁ ୧୯ ତାରିଖ ବା ତା’ ପୂର୍ବରୁ ଥାନାରେ ହାଜର ହେବା ଲାଗି ପୋଲିସ ପକ୍ଷରୁ ନୋଟିସ (ଲଟକା) ଟଙ୍ଗା ଯାଇଥିଲା । ତେବେ ଏହି ଲଟକା ପାଇବା ପରେ ନିକିତାଙ୍କ୍ ଏହି ଶାଶୁ-ଶ୍ୱଶୂର ଦମ୍ପତ୍ତି ଅସୁସ୍ଥତା ଯୋଗୁଁ ୧୯ ତାରିଖ ବା ତା’ ପୂର୍ବରୁ ଥାନାରେ ହାଜର ହୋଇ ନପାରିବା କଥା ଉଲ୍ଲେଖ କରିଛନ୍ତି । ଏହି ଦମ୍ପତ୍ତି ଥାନାରେ ହାଜର ହେବା ଲାଗି ମଧ୍ୟ ଆହୁରି ଅଧିକ ୧୫-୨୦ ଦିନ ସମୟ ମାଗିଛନ୍ତି ।

ବୋହୂର ମୃତ୍ୟୁରେ ଶୋକ ବ୍ୟକ୍ତ କରିବା ସହିତ ନିଜ ପୁଅ ଲିପନର ଗିରଫଦାରୀରେ ସେମାନେ ଅତ୍ୟନ୍ତ ମ୍ରିୟମାଣ, ବିବ୍ରତ ତଥା ଚାପଗ୍ରସ୍ତ ବୋଲି ପୋଲିସକୁ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ଏହି ମାମଲାରେ ସେମାନଙ୍କର ଅନ୍ତଭୁକ୍ତିକୁ ଅସ୍ୱୀକାର କରିବା ସହିତ ସେମାନଙ୍କୁ ଅଯଥା ଏହି ଘଟଣାରେ ସାମିଲ କରାଯାଉଛି, ଏହି ଖବର ଭିତ୍ତିହୀନ ଏବଂ ଏହାକୁ ଅତି ରଞ୍ଜିତ କରାଯାଉଛି ବୋଲି ସେମାନେ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଏଠାରେ ଉଲ୍ଲେଖ ହେବା ଯୋଗ୍ୟ ଯେ, ଏନେଇ ସେମାନଙ୍କୁ ପୋଲିସ ପକ୍ଷରୁ ଜାନୁଆରୀ ୮ ଓ ୯ ତାରିଖରେ ନୋଟିସ ଜାରି କରାଯାଇଥିଲା । ସେମାନେ ଥାନାରେ ହାଜର ନହେବା ପରେ ଏହି ଦମ୍ପତ୍ତିଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡ଼ ଧାରା ୪୯୮ (ଏ) ଏବଂ ୧୨୦ (ବି) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା ।

Leave A Reply

Your email address will not be published.