Latest Odisha News

BREAKING NEWS

ରେଙ୍ଗାଳୀ ଡ୍ୟାମରୁ କଲରାପତିଆ ବାଘର ମୃତଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଅନ୍ତର୍ଗତ ମାଙ୍କଡ଼ଚୁଆ ଗାଁରୁ ବୁଧବାର ଦିନ ବନବିଭାଗ କର୍ମଚାରୀମାନେ ଏକ କଲରାପତିଆ ବାଘର ମୃତଦେହ ଉଦ୍ଧାର କରିଛନ୍ତି ।

ସ୍ଥାନୀୟ ବାସିନ୍ଦା ପ୍ରଥମେ ପାଣିରେ ଭାସୁଥିବା ଅବସ୍ଥାରେ ଏହି କଲରାପତିଆ ବାଘଟିର ମୃତଦେହ ଦେଖିବା ପରେ ତୁରନ୍ତ ବନବିଭାଗର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ।

ମିଳିଥିବା ସୂତ୍ର ଅନୁଯାୟୀ, ମୃତ ବାଘଟିର ମୁହଁରୁ ରକ୍ତ କ୍ଷରଣ ହେଉଥିଲା । ଏପର୍ଯ୍ୟନ୍ତ ଏହି କଲରାପତିଆ ବାଘଟିର ମୃତ୍ୟୁର କାରଣ ସମ୍ପର୍କରେ ସଠିକ୍ ସୂଚନା ମିଳିପାରିନାହିଁ ।

ଏହି କଲରାପତିଆ ବାଘଟିର ମୃତ୍ୟୁର ସଠିକ୍ କାରଣ ଜଣା ପଡ଼ିନଥିଲେ ମଧ୍ୟ ବନ୍ୟଜନ୍ତୁ ଶିକାରୀଙ୍କ ଦ୍ୱାରା ବାଘଟି ଶିକାର ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି ।

ତେବେ ମୃତ ବାଘଟିର ଶବ ବ୍ୟବଚ୍ଛେଦ ହେବା ପରେ ହିଁ ପ୍ରକୃତ ରହସ୍ୟ ଜଣା ପଡ଼ିବ, ଏନେଇ ତଦନ୍ତ ଜାରି ରହିଛି ବୋଲି ବନବିଭାଗ କର୍ତ୍ତୃପକ୍ଷ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.