Latest Odisha News

BREAKING NEWS

‘ପାଣ୍ଡ୍ୟା ଷ୍ଟୋର’ ଫେମ୍ ରୋହିତ ଚାଣ୍ଡେଲ ଗିରଫ, ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ

ନୂଆଦିଲ୍ଲୀ: ପାଣ୍ଡ୍ୟା ଷ୍ଟୋର ଏବଂ ସାଇରାବ ଭଳି ଟିଭି ଶୋ’ରେ ଅଭିନୟ କରିଥିବା ଜଣାଶୁଣା ଅଭିନେତା ରୋହିତ ଚାଣ୍ଡେଲଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିବା ଜଣାପଡ଼ିଛି।

ଟିଭି ଷ୍ଟାର ରୋହିତ ଚାଣ୍ଡେଲଙ୍କୁ POCSO ଆଇନ ଅନୁଯାୟୀ ଗିରଫ କରାଯାଇଛି। କାରଣ ଅଭିନେତାଙ୍କ ବିରୋଧରେ ଜଣେ ୧୬ ବର୍ଷୀୟ ଝିଅକୁ ପିଛା କରିବା ଏବଂ ହଇରାଣ ହରକତ କରିବା ଅଭିଯୋଗ ହୋଇଛି। ଶୁକ୍ରବାର ଅଭିନେତାଙ୍କୁ ତାଙ୍କ ଘରୁ ଗିରଫ କରାଯାଇଥିଲା।

ଜଣେ ୧୬ ବର୍ଷୀୟ ଝିଅ ଅଭିନେତାଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗରେ କୁହାଯାଇଛି ଯେ ଅଭିନେତା ତାଙ୍କ ବ୍ୟକ୍ତିଗତ ଫୋନ୍ ନମ୍ବର ଏବଂ ଅନେକ ମୋବାଇଲ୍ ନମ୍ବର ବ୍ୟବହାର କରି ବାରଣ ସତ୍ତ୍ୱେ ନାବାଳିକା ଝିଅକୁ ବାରମ୍ବାର କଲ୍ କରୁଥିଲେ। ଦୁହେଁ ପରସ୍ପରକୁ ପୂର୍ବରୁ ଜାଣିଥିବା କୁହାଯାଉଛି।

ଅପରପକ୍ଷରେ ଏହି ମାମଲା ସମ୍ପର୍କରେ ଅଭିନେତାଙ୍କ ଟିମ୍ ପକ୍ଷରୁ କୁହାଯାଇନାହିଁ।

 

Comments are closed.