ମୁମ୍ବାଇ: ଅଭିନେତ୍ରୀ ରୋଜାଲିନ ଖାନଙ୍କୁ ‘ଚିପ୍’ କହିବା ଅଭିଯୋଗରେ ଆକ୍ଟ୍ରେସ୍ ଅଙ୍କିତା ଲୋଖଣ୍ଡେଙ୍କ ବିରୋଧରେ ସେ ମାନହାନି ମୋକଦ୍ଦମା କରିଛନ୍ତି।
ରୋଜଲିନ୍ ଏହି କାର୍ଯ୍ୟାନୁଷ୍ଠାନର ଡକ୍ୟୁମେଣ୍ଟଗୁଡ଼ିକୁ ସୋସିଆଲ ମିଡିଆରେ ସେୟାର କରି ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ମୁଁ ହିନା ଖାନଙ୍କ କ୍ଯାନ୍ସର ରୋଗର ଚିକିତ୍ସାକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲି। ଏହାପରେ ଅଙ୍କିତା ମୋତେ ‘ଚିପ୍’ ବୋଲି କହିଥିଲେ। କିଛି ଫ୍ୟାନ୍ ପେଜକୁ ରୋଜାଲିନଙ୍କ ବିରୋଧରେ କମେଣ୍ଟ ଦେବାକୁ କୁହାଯାଇଥିବା କଥା ମଧ୍ଯ ସେ ଅଭିଯୋଗ ଆଣିଛନ୍ତି।
ଏହିସବୁ ଘଟଣା ଯୋଗୁଁ ସେ ବିଚଳିତ ହୋଇ ସ୍ଥାନୀୟ ପୋଲିସ ଷ୍ଟେସନର ସାହାରା ନେଇଛନ୍ତି।
ସୂଚନାଯୋଗ୍ୟ, ୧୫ ଘଣ୍ଟା ଧରି ହିନାଙ୍କର କି ପ୍ରକାରର ଅସ୍ତ୍ରୋପଚାର ହୋଇଥିଲା। କେମୋଥେରାପି ଏବଂ ସୁପର ମେଜର ଅସ୍ତ୍ରୋପଚାର ପରେ ସ୍କୁବା ଡାଇଭିଂ, ସ୍ନୋ ସ୍ଲାଇଡିଂ ଏବଂ ବିଭିନ୍ନ ପ୍ରକାରର ଷ୍ଟଣ୍ଟ କରିବା କିପରି ସମ୍ଭବ ବୋଲି ରୋଜାଲିନ ପ୍ରଶ୍ନ ଉଠାଇଥିଲେ। ତେବେ ଏହାକୁ ନେଇ ହିନା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।
Comments are closed.