Latest Odisha News

BREAKING NEWS

ମା’ ହେଲେ ଅଭିନେତ୍ରୀ ଚାରୁ

ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତ୍ରୀ ଚାରୁ ଆସୋପା ଏବଂ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ନଭେମ୍ବର ୧, ରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।  ଏହାର ଗୋଟିଏ ଦିନ ପରେ, ରାଜୀବ ହସ୍ପିଟାଲରୁ ଏକ ଫଟୋ ପୋଷ୍ଟ କରିଛନ୍ତି ଏବଂ ଶିଶୁ କନ୍ୟାର ଫାଷ୍ଟ୍‌ ଲୁକ ମଧ୍ୟ ସେୟାର କରିଛନ୍ତି।

ଚାରୁ ଏବଂ ରାଜୀବ ବିଭିନ୍ନ ମହଲରୁ ଅଭିନନ୍ଦନ ବାର୍ତ୍ତା ଗ୍ରହଣ କରିବା ସହ ପ୍ରଶଂସକ ଏବଂ ସାଙ୍ଗମାନଙ୍କ ସହିତ ଏହି ଖୁସି ଖବର ସେୟାର କରିଥିଲେ।

ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ ଏବଂ ଟିଭି ଅଭିନେତ୍ରୀ ଚାରୁ ଜୁନ୍ ୨୦୧୯ ରେ ଗୋଆରେ ବିବାହ କରିଥିଲେ।

Comments are closed.