ନୂଆଦିଲ୍ଲୀ: ଦିଲ୍ଲୀ ତଥା ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ସୁପ୍ରିମକୋର୍ଟର ଏକ ବେଞ୍ଚ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତାଗିଦ୍ କରିବା ସହ ଟିଭି ମିଡିଆ ଉପରେ ମଧ୍ୟ ବର୍ଷିଛନ୍ତି। ଏହା ବ୍ୟତୀତ ଅଦାଲତ ମଧ୍ୟ ସମାଲୋଚକଙ୍କୁ କଡା ଜବାବ ଦେଇଛନ୍ତି।
ଏହାଛଡା ଟେଲିଭିଜନରେ ବିତର୍କ ସମସ୍ତଙ୍କ ଅପେକ୍ଷା ଅଧିକ ପ୍ରଦୂଷଣର କାରଣ ବୋଲି କୋର୍ଟ କହିଛନ୍ତି। ଆସନ୍ତା ବୁଧବାର ଦିନ କୋର୍ଟ ଏହି ମାମଲାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି।
କୋର୍ଟ କହିଛନ୍ତି ଯେ ପ୍ରଦୂଷଣ ମୁଖ୍ୟତଃ ଯାନବାହନ ଯୋଗୁଁ ହୋଇଥାଏ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ବହୁ ପରିମାଣର ଇନ୍ଧନ ଖର୍ଚ୍ଚ କରୁଥିବା ଗାଡି ରହିଛି, ସେମାନଙ୍କୁ କିଏ ଅଟକାଇବ? ବୋଲି ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି।
Comments are closed.