Latest Odisha News

BREAKING NEWS

ସାତ ଦିନ ପରେ ମାଓବାଦୀଙ୍କ କବଳରୁ ମୁକୁଳିଲେ ଅପହୃତ ସବ୍ ଇଞ୍ଜିନିୟର ଅଜୟ ରୋଶନ

ମାଲକାନଗିରି: ସାତ ଦିନ ପରେ ମାଓବାଦୀଙ୍କ କବଜାରୁ ମୁକୁଳିଲେ ଅପହୃତ ଇଞ୍ଜିନିୟର ଅଜୟ ରୋଶନ ଲାକ୍ରା । ପ୍ରଜାକୋର୍ଟରେ ଶତାଧିକ ଆଦିବାସୀଙ୍କ ସମ୍ମୁଖରେ ମୁକ୍ତ କଲା ଲାଲବାହିନୀ । ଏହି ସମୟରେ ଇଞ୍ଜିନିୟରଙ୍କ ସ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ମାଓବାଦୀଙ୍କ କବଳରୁ ମୁକ୍ତ ହେବା ପରେ ସେ ବିଜାପୁର ଅଭିମୁଖେ ଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ,ବିଜାପୁର ଜିଲ୍ଲା ମନକେଲି ଗାଁରେ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ କାର୍ଯ୍ୟର ତଦାରଖ କରିବାକୁ ସବ୍ ଇଞ୍ଜିନିୟର ଅଜୟ ରୋଷନ ଲାକ୍ରା ଓ ତାଙ୍କ ସହଯୋଗୀ ଲକ୍ଷ୍ମଣ ପ୍ରତୁଗିରି ଯାଇଥିଲେ । ସେହି ସମୟରେ ୨୦ରୁ ୨୫ଜଣ ମାଓବାଦୀ ପହଞ୍ଚି ଅଜୟ ଓ ଲକ୍ଷ୍ମଣଙ୍କୁ ଅପହରଣ କରି ନେଇଥିଲେ । ଲକ୍ଷ୍ମଣଙ୍କୁ ମାଓବାଦୀମାନେ ଛାଡ଼ିଦେଇଥିଲେ । କିନ୍ତୁ ଅଜୟଙ୍କୁ ଛାଡ଼ିନଥିଲେ ।

ବିଜେପୁର ପୋଲିସ ଏନେଇ ତଦନ୍ତ ଚଳାଇଥିଲା । ଅଜୟଙ୍କ ପତ୍ନୀ ମାଓବାଦୀଙ୍କ କବଳରୁ ନିଜ ସ୍ୱାମୀର ଜୀବନ ବଞ୍ଚାଇବା ପାଇଁ ତିନିବର୍ଷର ପୁଅକୁ ନେଇ ଜଙ୍ଗଲରେ ଖୋଜିବାକୁ ବାହାରିପଡ଼ିଥିଲେ । ତାଙ୍କର କୌଣସି ଦୋଷ ନାହିଁ କହିବା ସହ ସ୍ୱାମୀଙ୍କୁ ମୁକ୍ତ କରିବା ଲାଗି ଗଣମାଧ୍ୟମ ଜରିଆରେ ଅନୁରୋଧ କରିଥିଲେ ସବ୍ ଇଞ୍ଜିନିୟରଙ୍କ ସ୍ତ୍ରୀ ଅର୍ପିତା । ସ୍ୱାମୀଙ୍କୁ ମୁକ୍ତ କରିବା ଲାଗି ୭ଦିନ ଧରି ଜଙ୍ଗଲରେ ସେ ବୁଲୁଥିଲେ ।

Leave A Reply

Your email address will not be published.