Latest Odisha News

BREAKING NEWS

ଭିନ୍ନଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା; ୬ ଜଣଙ୍କର ଶୋଚନୀୟ ମୃତ୍ୟୁ

ସମ୍ବଲପୁର/ବୌଦ୍ଧ: ସମ୍ବଲପୁର ଓ ବୌଦ୍ଧରେ ମଙ୍ଗଳବାର ଦିନ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି ।

ପ୍ରାପ୍ତ ସୂଚନାନୁଯାୟୀ ପ୍ରଥମ ଘଟଣା ସମ୍ବଲପୁର ଜିଲ୍ଲାର ଉପକଣ୍ଠସ୍ଥ ପରମାନପୁର ପଡିଆରେ ଧନୁଯାତ୍ରା ଉତ୍ସବ ପାଳିତ ହେଉଥିବା ବେଳେ ଭାରସାମ୍ୟ ହରାଇଥିବା ଏକ ଟ୍ରକ୍ ଚାପାରେ ପ୍ରାୟ ୪ ଜଣଙ୍କ ମୃତ୍ୟୁ ହେବା ସହ ୧୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି ।

ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆର‌୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ, ଚିକିତ୍ସାଳୟ (ଭିମସାର)ରେ ଭର୍ତ୍ତି କରାଯାଇଥିଲା । ଅପରପକ୍ଷରେ ସେମାନଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ନେଇ ସୁତ୍ରରୁ ପ୍ରକାଶ ।

ସେହିପରି ଆଜି ସକାଳେ ବୌଦ୍ଧ ଜିଲ୍ଲା ୫୭ନଂ ଜାତୀୟ ରାଜପଥର ଗୁଡୁଗୁଡା ଛକ ନିକଟରେ ଦୁଇଟି ଟ୍ରକ୍ ମୁହଁମୁହିଁ ଧକ୍କା ହେବାଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି ।

ଅନ୍ୟପକ୍ଷରେ ଗୋଟିଏ ଟ୍ରକରେ ପାଣି ବୋତଲ ବୋଝେଇ ହୋଇଥିବା ବେଳେ ଆଉ ଗୋଟିଏ ଟ୍ରକରେ ପନିପରିବା ଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ଦୁର୍ଘଟଣାରେ ଉଭୟ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଜଣେ ବୌଦ୍ଧ ସହର ସ୍ଥିତ ଚାରିଛକ ଅଞ୍ଚଳର ଉତ୍ତମ ସାହୁ ହୋଇଥିବା ବେଳେ ଅନ୍ୟଜଣେ ଖୋର୍ଦ୍ଧା ଜିଲ୍ଲାର ପିଚୁକୁଲି ଅଞ୍ଚଳର କୁନା ମାନିକ ହୋଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.