Latest Odisha News

BREAKING NEWS

ଜାଣନ୍ତୁ, ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡାଙ୍କ ସମ୍ପର୍କରେ କିଛି ରୋଚକ କଥା

ଭୁବନେଶ୍ୱର: ଜୟପ୍ରକାଶ ନାରାୟଣ ଆନ୍ଦୋଳନରୁ ରାଜନୀତିର ମଙ୍ଗ ଧରିଥିବା ଜେପି ନଡ୍ଡା ଏବେ ପାଲଟିଛନ୍ତି ବିଶ୍ୱର ସର୍ବବୃହତ ପାର୍ଟି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ଆସନ୍ତୁ ଜାଣିବା ଜଗତ ପ୍ରକାଶଙ୍କ ନଡ୍ଡାଙ୍କ ବିଷୟରେ କିଛି ରୋଚକ ତଥ୍ୟ…

୧୯୭୫ରେ ଜେପି ଆନ୍ଦୋଳନରେ ଭାଗ ନେବା ପରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ସାମିଲ ହୋଇଥିଲେ ।

୧୯୭୭ରେ ଛାତ୍ର ସଂଘ ନିର୍ବାଚନରେ ଜିତିବା ପରେ ସେ ରାଂଚି ବିଶ୍ୱବିଦ୍ୟାଳୟରୁ ଯାଇ ହିମାଚଳ ପ୍ରଦେଶ ବିଶ୍ୱ ବିଦ୍ୟାଳୟରେ ଏଲଏଲବି ପଢ଼ିଥିଲେ । ୧୯୮୩ରେ ସେ ଏବିଭିପିର ଅଧ୍ୟକ୍ଷ ହୋଇଥିଲେ ।

୧୯୯୩ରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ । ମୁଖ୍ୟମନ୍ତ୍ରୀ ଦାବୀଦାର ଥିଲେ ମଧ୍ୟ ସେ ପ୍ରେମ କୁମାର ଧୁମଲଙ୍କ ନାମ ନିଜଆଡୁ ଉଠାଇଥିଲେ । ୨୦୦୯ରେ ମନ୍ତ୍ରୀ ପଦ ଛାଡି ଦିଲ୍ଲୀ ଆସିଥିଲେ ।

ଏହା ପରେ ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜେପିର ବିପୁଳ ବିଜୟ ପଛରେ ତାଙ୍କର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ଥିଲେ ।

ସେ ଜମ୍ମୁ କଶ୍ମୀର, ପଞ୍ଜାବ, ହରିୟାଣା, ରାଜସ୍ଥାନ, ମହାରାଷ୍ଟ୍ର, ତେଲଙ୍ଗାନା, ବିହାର, ଛତିଶଗଡ, କେରଳ ଓ ଉତର ପ୍ରଦେଶରେ ପ୍ରଭାରୀ ଭାବେ କାର୍ଯ୍ୟ କରିଥିଲେ ।

୨୦୧୨ରେ ହିମାଚଳରୁ ରାଜ୍ୟସଭାକୁ ଯାଇଥିଲେ । ଏବେ ତାଙ୍କ ଅଧ୍ୟକ୍ଷତାରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଦଳର ପ୍ରମୁଖ ନେତା ମାନେ ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.