Latest Odisha News

ଯମଜ ଭଗ୍ନୀ କରୁଛନ୍ତି କମାଲ: ପରୀକ୍ଷାରେ ରଖୁଛନ୍ତି ସମାନ ମାର୍କ

ବାଙ୍ଗାଲୋର: ଯମଜ ସନ୍ତାନଙ୍କ ମଧ୍ୟରେ କିଛି ସମାନତା ଥାଏ ତାହା ଆମେ ଜାଣୁ । ମାତ୍ର କର୍ଣ୍ଣାଟକର ଦୁଇ ଯମଜ ଭଗ୍ନୀ ପରୀକ୍ଷାରେ ସମାନ ମାର୍କ ରଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଚୁକି ଚନ୍ଦ୍ରା କେଭି ଓ ଇବାନୀ ଚନ୍ଦ୍ରା ୨ ମିନିଟ ବ୍ୟବଧାନରେ ଜନ୍ମ ହୋଇଥିଲେ । ପିଲାବେଳୁ ଉଭୟ ପରସ୍ପର ସହ ଏକତ୍ର ସମୟ କାଟିବାକୁ ଭଲ ପାଇଥାନ୍ତି । ନିକଟରେ ୧୨ତମ ପରୀକ୍ଷାର ଫଳ ସମ୍ମୁଖକୁ ଆସିଥିଲା । ଉଭୟ ୬୦୦ରୁ ୫୭୧ ନମ୍ବର ରଖିଥିଲେ । ୯୫ ପ୍ରତିଶତ ନମ୍ବର ଆଣିଥିବାରୁ ପରିବାର ଲୋକ ଖୁସି ହୋଇଥିଲେ । ଦୁଇ ଭଉଣୀ ପ୍ରଥମ ଥର ପାଇଁ ନୁହେଁ ୧୦ମ ପରୀକ୍ଷାରେ ବି ସମାନ ନମ୍ବର ରଖିଥିଲେ ।

ଦୁଇ ଭଉଣୀ ବି ଜାଣି ପାରୁ ନାହାନ୍ତି ସବୁ କିଛି କିପରି ସମାନ ହେଉଛି । ଉଭୟ ଏବେ ଏନଇଇଟି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନ୍ୟୁଜ୧୮ରେ ଏହି ଖବର ପ୍ରକାଶ ପାଇବା ପରେ ଦୁଇ ଭଉଣୀ ଏବେ ଚର୍ଚ୍ଚାର କାରଣ ସାଜିଛନ୍ତି । ପରିବାର ଲୋକଙ୍କ କହିବା ଅନୁସାରେ ସେମାନଙ୍କ ମଧ୍ୟରେ କୌଣସି ପ୍ରତିଦ୍ୱନ୍ଦ୍ୱିତା ନାହିଁ । ସେମାନେ କିପରି ତାଙ୍କ କ୍ୟାରିୟର ଭଲରେ ଗଢ଼ି ତୋଳିବେ ତାହା ଆମର ସ୍ୱପ୍ନ ବୋଲି କହିଛନ୍ତି ।

Comments are closed.