Latest Odisha News

BREAKING NEWS

ବିବାଦରେ ଥିଲା ଲକ୍ଷ୍ମୀ ବମ୍‌, ଚର୍ଚ୍ଚାରେ ଟ୍ୱିଙ୍କିଲ୍ ବମ୍

ମୁମ୍ବାଇ: କୌଣସି ଟ୍ରୋଲ୍‌କୁ ନେଇ ଟ୍ୱିଙ୍କିଲ ଖାନ୍ନା ଚତୁରତାର ସହ ଜବାବ ଦେବାରେ ବେଶ ମାହିର । ନିକଟରେ ଫିଲ୍ମ ଲକ୍ଷ୍ମୀ ବମ୍‌କୁ ନେଇ ଅକ୍ଷୟଙ୍କୁ ଅନେକ ଲୋକ ସୋସିଆଲ୍ ମିଡିଆରେ ଟ୍ରୋଲ୍ କରିଥିଲେ । ଯାହାର ଜବାବ ଟ୍ୱିଙ୍କିଲ୍ ବେଶ ଭାବିଚିନ୍ତି ଦେଇ ଟ୍ରୋଲରଙ୍କ ମୁହଁ ବନ୍ଦ କରିଥିଲେ । ହେଲେ ଏବେ ଅକ୍ଷୟଙ୍କୁ ଛାଡି ଲୋକେ ଟ୍ୱିଙ୍କିଲଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି ।

ନିକଟରେ ଟ୍ୱିଙ୍କିଲଙ୍କ ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଯାହାକୁ ଖୋଦ ସେ ନିଜେ ସେୟାର ବି କରିଛନ୍ତି । ଏହି ଫଟୋରେ ଟ୍ୱିଙ୍କିଲଙ୍କୁ ନୀଳ ରଙ୍ଗରେ ଓ ତାଙ୍କ ମଥାରେ ଲାଲ ରଙ୍ଗର ବିନ୍ଦି ଲଗାଇ ଲୋକେ ଟ୍ୱିଙ୍କିଲ ବମ୍ ଭାବେ ଆକ୍ଷେପ କରିଥିଲେ ।

ତେବେ ଏହି ଫଟୋକୁ ଦେଖି ଟ୍ୱିଙ୍କିଲ ବିଚଳିତ ହେବା ପରିବର୍ତ୍ତେ ବେଶ ଚତୁରତାର ସହ ନିଜ ଜବାବ ରଖିଛନ୍ତି । ଟ୍ୱିଙ୍କିଲଙ୍କ ଅନୁଯାୟୀ ଏହି ଫଟୋ ତାଙ୍କ ଯୌବନର ଦିନକୁ ମନେ ପକାଇଦେଇଛି । ଏପରିକି ଲୋକେ ଟ୍ରୋଲରେ ଜଣେ ମଧ୍ୟବୟସ୍କ ମହିଳାଙ୍କୁ ଏପରି ଏକ ଉପନାମ ଦେଇଥିବାରୁ ମୁଁ ନିଜକୁ ଆଉ ମଧ୍ୟବୟସ୍କା ଭାବୁନି ।

Leave A Reply

Your email address will not be published.