ରାୟପୁର: ଲକଡାଉନ ଅବସରରେ ଜନ୍ମ ଗ୍ରହଣ କରିଥିବା ପିଲାମାନଙ୍କ ନାମ ବାପା-ମାଆ ମନେ ମଜାଦାର ଢ଼ଙ୍ଗରେ ଦେଉଛନ୍ତି । ଏ ଭଳି କେତେଗୁଡିଏ ଘଟଣା ସମ୍ମୁଖକୁ ଆସିଛି । ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାର ଖୁଖଣ୍ଡୁ ଗ୍ରାମରେ ଜନ୍ମ ହୋଇଥିବା ଶିଶୁର ନାମ ତାଙ୍କ ବାପା ମା’ ‘ଲକ୍ଡାଉନ୍’ ରଖିଛନ୍ତି। ଏହାପୂର୍ବରୁ ଉତ୍ତର ପ୍ରଦେଶ ଗୋରଖପୁରରେ ଜନତା କର୍ଫ୍ୟୁ ଦିନ ଜନ୍ମ ହୋଇଥିବା ଝିଅଟିର ନାମ ‘କରୋନା’ ରଖାଯାଇଛି। ଝିଅର ମାମୁଁ ଘର ଲୋକେ କହିଛନ୍ତି ଯେ ଏହି ଘାତକ ଜୀବାଣୁ ବିସ୍ତାର ହେବା ପରେ ସାରା ବିଶ୍ୱ ଏବେ ଏକଜୁଟ୍ ହୋଇଛି।
ରାୟପୁର ପୁରାଣ ବସ୍ତିର ଏକ ଦମ୍ପତି ସେମାନଙ୍କର ଯାଆଁଳା ଶିଶୁର ନାମ କୋଭିଡ ଏବଂ କରୋନା ରଖିଛନ୍ତି । ବିନୟ ବର୍ମାଙ୍କ ସ୍ତ୍ରୀ ପ୍ରୀତି ବର୍ମା ସପ୍ତାହେ ପୂର୍ବରୁ ଆମ୍ବେଦକର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏବେ ସେ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଏବେ ଉଭୟ ଶିଶୁ ସୁସ୍ଥ ଅଛନ୍ତି।