Latest Odisha News

BREAKING NEWS

ଭାରତରେ ବଢୁଛି କରୋନା ମୃତକଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ରାଜ୍ୟରେ କେତେ?

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୨୦୩୧ରେ ପହଞ୍ଚିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଦିନ ପ୍ରକାଶ କରାଯାଇଛି।

ଏହି ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୩୩୫ ଟି ମାମଲା ରହିଛି । ଯାହା ଅନ୍ୟ ରାଜ୍ୟ ମଧ୍ୟରେ ସର୍ବାଧିକ ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁଯାୟୀ କରୋନା ସଂକ୍ରମଣରୁ ଏପର୍ଯ୍ୟନ୍ତ ୧୫୬ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିଥିବା ବେଳେ ଏଯାବତ୍ କରୋନାଭାଇରସ ସଂକ୍ରମଣରେ ୫୬ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

ଜାତୀୟ ଗଣମାଧ୍ୟମ ଏନଡିଟିଭିରେ ମଧ୍ୟ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି ।
କରୋନାଭାଇରସ ଦ୍ୱାରା କେଉଁ ରାଜ୍ୟରେ କେତେ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି, ଜାଣନ୍ତୁ
ଆନ୍ଧ୍ରପ୍ରଦେଶ-୧
ବିହାର-୧
ହିମାଚଳ ପ୍ରଦେଶ-୧
ମଧ୍ୟପ୍ରଦେଶ-୬
ଦିଲ୍ଲୀ – ୪
ଗୁଜୁରାଟ –୭
ଜାମ୍ମୁ କାଶ୍ମୀର – ୨
କର୍ଣ୍ଣାଟକ – ୩
କେରଳ – ୨
ମହାରାଷ୍ଟ୍ର – ୧୬
ପଞ୍ଜାବ – ୪
ତାମିଲନାଡୁ – ୧
ତେଲେଙ୍ଗାନା – ୩
ଉତ୍ତରପ୍ରଦେଶ -୨
ପଶ୍ଚିମବଙ୍ଗ – ୩

Leave A Reply

Your email address will not be published.