Latest Odisha News

BREAKING NEWS

ଯାଆଁଳା ଭଉଣୀ: ପିନ୍ଧୁଛନ୍ତି ସମାନ ପୋଷାକ, ଏକାଠି ନିଜ ସ୍ୱାମୀଙ୍କୁ ଦେଇଛନ୍ତି ଛାଡପତ୍ର

ନ୍ୟୁୟର୍କ : ଯମଜ ବା ଯାଆଁଳା ଚରିତ୍ରକୁ ନେଇ ଅନେକ ଚର୍ଚ୍ଚା ହୁଏ । ଜଣକୁ ଆଘାତ ଦେଲେ ଅନ୍ୟ ଜଣେ ଯାଆଁଳା କଷ୍ଟ ପାଏ ବୋଲି ଅନେକ କାହାଣୀରେ ସ୍ଥାନିତ ହୋଇଛି । ଉଭୟେ ସମାନ ରଙ୍ଗର ପୋଷାକ ପିନ୍ଧିବା, ସମାନ ଷ୍ଟାଇଲ କରିବା ଦେଖିବାକୁ ମିଳେ । ଅନେକ ମନେ କରୁଥିବେ ହୁଏତ ଏହା କାହାଣୀର ଦୃଶ୍ୟୟାନ ହୋଇପାରେ । କିନ୍ତୁ ଏମିତି କିଛି ବାସ୍ତବ ଘଟଣା ଦୁଇ ଯାଆଳା ବିଦେଶିନୀ ଭଉଣୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ ।

ନ୍ୟୁୟର୍କରେ ରୁହନ୍ତି ରୋଜି କୋଲେସ୍ ଏବଂ କ୍ୟାଥି ହେଫର୍ନାନ ଯାଆଁଳା ଭଉଣୀ । ଉଭୟଙ୍କୁ ୬୯ ବର୍ଷ ବୟସ । ଉଭୟଙ୍କ ଘର ପାଖାପାଖି ନିର୍ମାଣ କରିଛନ୍ତି । ଦୁହେଁ ରୂପରେ ସମାନ । ଦୀର୍ଘ ୨୩ ବର୍ଷ ଧରି ସେମାନେ ପ୍ରତିଦିନ ସମାନ ପୋଷାକ ପିନ୍ଧି ଆସୁଛନ୍ତି । ସେମାନେ ଖାଲି ସମାନ ପୋଷାକ ପିନ୍ଧନ୍ତି ନାହିଁ ,ବରଂ ସେମାନଙ୍କ ଚଷମା, ଜୋତା, ବ୍ୟାଗ୍‌, ଘର ମଧ୍ୟ ସମାନ ଡ଼ିଜାଇନ୍‌ରେ ନିର୍ମାଣ କରାଯିବା ସହ ରଙ୍ଗ ବି ସମାନ । ହେୟାର ଷ୍ଟାଇଲ ବି ସମାନ । କେବଳ ସେତିକି ନୁହେଁ, ଏକାସାଙ୍ଗରେ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ମଧ୍ୟ ଦେଇଛନ୍ତି ।

ରୋଜି କୁହନ୍ତି ଯେ, ଆମ ଦୁହିଁ ଜଣଙ୍କର ସବୁ ଡ଼୍ରେସ ସମାନ । ଯେତେବେଳେ ଆମେ ଘରୁ ବାହାରକୁ ଯାଉ, ସେତେବେଳେ ସମାନ ପୋଷାକ ପିନ୍ଧି ଯାଇଥାଇଥାଉ । ଆମେ ଏକାଠି ସପିଂ କରିବାକୁ ଯାଇଥାଉ । ଆମକୁ ଲୋକଙ୍କୁ ଚିହ୍ନିବା କଷ୍ଟକର ହୋଇଥାଏ । ଆମର ଏକା ଷ୍ଟାଇଲ ଦେଖି ଲୋକେ ବହୁତ ଖୁସି ହୋଇଥାନ୍ତି । ଆମ ସହ ଫଟୋ ମଧ୍ୟ ଉଠାଇଥାନ୍ତି । ଏପରିକି ସେମାନେ ଏକାଠି ୧୧ ବର୍ଷ ହେଲାଣି ସଫେଇ ବ୍ୟବସାୟ କରୁଛନ୍ତି ।

ସେହିପରି କ୍ୟାଥି କହିଛନ୍ତି, ଆମେ ଛୋଟବେଳୁ ଏକା ଡ଼୍ରେସ ପିନ୍ଧୁଥିଲୁ । ବିବାହ ପରେ ସମାନ ଡ଼୍ରେସ ପିନ୍ଧିବା ବନ୍ଦ ହୋଇଗଲା । ୨୦୦୦ ମସିହାରେ ଦୁହେଁ ନିଜ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିଲୁ । ସେବେଠାରୁ ଏକାଠି ଘର ପାଖାପାଖି ରହୁଛୁ ଓ ସମାନ ପୋଷାକ ପିନ୍ଧୁଛୁ ।

Comments are closed.