Latest Odisha News

BREAKING NEWS

ବାହା ହେବାକୁ ଆସିଲେନି ବିଧାୟକ, ଅପେକ୍ଷା କରି ଫେରିଲେ ସୋମାଲିକା

ଜଗତସିଂହପୁର: ବାହା ହେବାକୁ ପ୍ରତିଶ୍ରୁତି ଦେଇ ଠକିଦେଲେ ବିଧାୟକ ! ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ପୁରୁଣା ପ୍ରେମିକା ସୋମାଲିକା ଦାଶଙ୍କୁ ବିଜୟ ବିବାହ କରିବେ କି ନାହିଁ ତାକୁ ନେଇ ଏବେ ଦ୍ୱନ୍ଦ୍ୱ ଉପୁଜିଛି । କାରଣ ବିଜୟ ଓ ସୋମାଲିକା ବିବାହ କରିବା ନେଇ ସବ୍-ରେଜିଷ୍ଟାର କାର୍ଯ୍ୟାଳୟରେ ମାସେ ତଳେ ଆବେଦନ କରିଥିଲେ । ହେଲେ ମାସ ପରେ ବିବାହ ତାରିଖକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ ।

ନିୟମ ଅନୁସାରେ, ଆବେଦନର ୯୦ ଦିନ ମଧ୍ୟରେ ଉପ ନିବନ୍ଧକଙ୍କ ସମ୍ମୁଖରେ ବିବାହ ହେବ । ଆଜି ବିବାହ ପାଇଁ ସୋମାଲିକା ପରିବାର ସହ ସବ୍-ରେଜିଷ୍ଟାର ଅଫିସ୍ ଆସିଥିବା ବେଳେ ଆସିନାହାନ୍ତି ବିଧାୟକ ବିଜୟ । ଶାସକ ଦଳର ବିଧାୟକଙ୍କ ବିବାହକୁ ନେଇ ବେଶ୍ ଚର୍ଚ୍ଚା ହେଉଥିବା ବେଳେ କାହିଁକି ଅସହଯୋଗ କରୁଛନ୍ତି ବିଜୟ ? ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏପରିକି ବିଜୟ ଶଙ୍କର ବିଭିନ୍ନ ଆଳ ଦେଖାଇ ବିବାହ ପାଇଁ ଅନୁପସ୍ଥିତ ରହିବା, ସୋମାଲିକାଙ୍କ ପରିବାର, ଓକିଲ ଓ ମହିଳା ସ୍ୱେଚ୍ଛାସେବୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ତେବେ ବିଜୟ ଓ ସୋମାଲିକ ବିବାହ ବନ୍ଧନରେ କେବେ ବାନ୍ଧି ହେବେ ? ଏନେଇ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । କିନ୍ତୁ ତାଙ୍କ ପ୍ରେମକୁ ନେଇ ଚାଲିଥିବା ଚର୍ଚ୍ଚା ଏବେ ପ୍ରତାରଣା ଆଡ଼କୁ ଢ଼ଳୁଛି ।

Leave A Reply

Your email address will not be published.