Latest Odisha News

ବଗେଇପଦା ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ

ଜୟପୁର: କୋରାପୁଟ ସଦର ଥାନା ବଗେଇପଦର ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତ କେ. ସୂର୍ଯ୍ୟ ପ୍ରକାଶ ରାଓଙ୍କୁ ଶୁକ୍ରବାର ଗିରଫ ହୋଇଥିବା ଖବର ଅତିରିକ୍ତ ଏସପି ଉକ୍ରଳ କେଶରୀ ଦାସ ସୂଚନା ଦେଇଛନ୍ତି ।

ଗତ ମାସ ୨୮ ତାରିଖରେ ଜୟପୁର ପାୱାର ହାଉସ କଲୋନୀର ଅମୂଲ୍ୟ ତ୍ରିପାଠୀଙ୍କୁ ହତ୍ୟା କରାଯାଇଥିଲା । ବଗେଇପଦା ରାସ୍ତା କଡ଼ରୁ ୨୯ ତାରିଖରେ ଅର୍ଦ୍ଧଦଗ୍ଧ ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା ।

ଘଟଣାର ୨୦ ଦିନ ପରେ ଶୁକ୍ରବାର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କେ. ସୂର୍ଯ୍ୟ ପ୍ରକାଶ ଗିରଫକୁ ପୋଲିସ ଗିରଫ କରିଛି । ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପିଙ୍କ ସହ, ଏସଡିପିଓ କୁମାର ପୂଜାରୀ ଏବଂ ଇନସ୍ପେକ୍ଟର କେ. ବି ସାମଲ ପ୍ରମୁଖ ସାମ୍ବାଦିକ ସମ୍ମିଳନୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.