Latest Odisha News

BREAKING NEWS

ପ୍ରଥମ ଥର ପାଇଁ ୩ଟି ଦେଶ ମିଳିତ ଭାବେ ଆୟୋଜନ କରିବେ ଫିଫା ବିଶ୍ୱକପ

ଜ୍ୟୁରିକ: ୨୦୨୬ ଫିଫା ବିଶ୍ୱକପ ଆମେରିକା, ମେକ୍ସିକୋ ଓ କାନାଡା ମିଳିତ ଭାବେ ଆୟୋଜନ କରିବେ । ଫିଫା (ଇଂଟରନ୍ୟାଶନାଲ ଫେଡେରେଶନ ଅଫ ଆସୋସିଏଶନ ଫୁଟବଲ) ଇତିହାସରେ ପ୍ରଥମ ଥର ପାଇଁ ୩ଟି ଦେଶକୁ ଆୟୋଜନ ଅଧିକାର ପ୍ରଦାନ କରାଯାଇଛି । ଆୟୋଜକ ଦେଶ ପକ୍ଷରୁ ୧୬ ସହରର ନାମ ମଧ୍ୟ ଘୋଷଣା କରାଯାଇଛି । ଏଥିରେ ୩୨ ବଦଳରେ ୪୮ ଟିମ ଅଂଶଗ୍ରହଣ କରିବେ । ୮୦ରୁ ୬୦ ମ୍ୟାଚ ଆମେରିକାରେ ହେବ । କାନାଡା ଓ ମେକ୍ସିକୋରେ ୧୦ଟି ଲେଖାଁଏ ମ୍ୟାଚ ଖେଳାଯିବ । ଆମେରିକାର ଆଟଲାଂଟା, ବୋଷ୍ଟନ, ଡଲାସ, ହ୍ୟୁସଟନଳ କେନ୍ସାସ,ଲସ ଆଞ୍ଜେଲ୍ସ,ମିୟାମି, ନ୍ୟୁୟର୍କ, ଫିଲଡେଫଲିଆ, ସ୍ୟାନ ଫ୍ରାନ୍ସିକୋ ଓ ସିଏଟଲରେ ମ୍ୟାଚ ଆୟୋଜିତ ହେବ ।

ସେହିପରି ମେକ୍ସିକୋର ଗୌଡଲଜାରା, ମେକ୍ସିକୋ, ସିଟି ମଂଟାରୀ ଓ କାନାଡାର ଟୋରାଂଟୋ ଏବଂ ଭ୍ୟାକନୋଭରରେ ମ୍ୟାଚଗୁଡିକ ଆୟୋଜିତ ହେବ । ସଂଯୁକ୍ତ ଦାବୀଦାର ଭାବେ ସେମାନେ ୧୩୪ ଭୋଟ ପାଇଥିବା ବେଳେ ମରକ୍କୋକୁ ୬୫ ଭୋଟ ମିଳିଥିଲା । ସୂଚନାଯୋଗ୍ୟ, ଚଳିତ ବର୍ଷ କାତାରରେ ୨୦୨୨ ବିଶ୍ୱକପ ଆୟୋଜନ ହେବ ।

Leave A Reply

Your email address will not be published.