ନୂଆଦିଲ୍ଲୀ:ଏଲନ ମସ୍କ ଟୁଇଟରକୁ କିଣିବା ପରେ ଏହାର ପ୍ଲାଟଫର୍ମରେ ପରିବର୍ତ୍ତନର ବନ୍ୟା ଆସିଛି । ପ୍ରତିଦିନ ଟୁଇଟରରେ ନୂଆ ରୂପ ଦେଖିବାକୁ ମିଳୁଛି । କେତେବେଳେ ଏହାର ସର୍ଭିସ ବଦଳାଇ ଦିଆ ଯାଇଛି ତ କେତେବେଳେ ଲୋଗୋକୁ ବଦଳାଇ ଦିଆଯାଇଛି । ଏବେ ଟୁଇଟରର ନାମ ବଦଳିବାକୁ ଯାଉଛି । ଟୁଇଟରର ନାଁ ବଦଳାଇ ଏହାକୁ X କରି ଦିଆଯାଇଛି ।
କମ୍ପାନୀ ଟୁଇଟରର ମେନ ଆକାଉଣ୍ଟ ଏବଂ ଏଥି ସହିତ ସମ୍ବନ୍ଧିତ ଅନ୍ୟ ଆକାଉଣ୍ଟର ନାମକୁ Xରେ ବଦଳାଇ ଦେଇଛନ୍ତି । ନାମ ବଦଳାଇବା ପାଇଁ ସୋମବାର ଘୋଷଣା କରାଯାଇଥିଲା । ଏହି ଘୋଷଣା ପରେ ପ୍ରଥମେ ଟୁଇଟର ଆକାଉଣ୍ଟର ନାମ ବଦଳା ଯାଇ X ରଖାଗଲା । ଏହାପରେ ପ୍ଲାଟଫର୍ମର ଲୋଗୋକୁ ରିପ୍ଲେସ କରାଯାଇ X ରଖାଗଲା । ଏବେ ଟୁଇଟର ହାଣ୍ଡେଲକୁ ମଧ୍ୟ X କରାଯାଇଛି ।
ଗତ ଶନିବାର ବିଳମ୍ବିତ ରାତିରେ ଏହି ପରିବର୍ତ୍ତନର ସଙ୍କେତ ଦେଇଥିଲେ ଏଲନ ମସ୍କ କହିଥିଲେ, ଖୁବ ଶୀଘ୍ର ନୂଆ ନାମ ଏବଂ ନୂଆଲୋଗୋ ଦିଆଯିବ । ଟୁଇଟର ଏବଂ ଏହା ସହିତ ଜଡିତ ଅନ୍ୟ ଆକାଉଣ୍ଟର ହାଣ୍ଡେଲରେ ବି ଏବେ X ରିପ୍ଲେସ କରାଯିବ । ଏଥିରେ ବିଜିନେସ, ସପୋର୍ଟ, କ୍ରିଏଟର୍ସ ଏବଂ ସ୍ପୋର୍ଟସ ପରି ଟୁଇଟର ହାଣ୍ଡେଲ ସାମିଲ ଅଛନ୍ତି ।
ସେତିକି ନୁହେଁ, ମସ୍କ କମ୍ପାନୀକୁ about.twitter.comକୁ ବଦଳାଇ about.x.com କରି ଦେଇଛନ୍ତି । ଯଦି ଆପଣ x.com ମାରିବେ ତେବେ ଏହି URL ଆପଣଙ୍କୁ ରିଡାଇରେକ୍ଟ କରି twitter.comକୁ ନେଇ ଯିବ । ଅର୍ଥାତ ଏବେ ବି ଟୁଇଟରର ମୁଖ୍ୟ URL ପୁରୁଣା ଅର୍ଥାତ twitter.com ରହିଛି ।
ଏଥିସହିତ କମ୍ପାନୀ ଏବେ ଟୁଇଟରର ପୁରୁଣା ଅଫିସିଆଲ ହାଣ୍ଡେଲକୁ ବନ୍ଦ କରିଦେଇଛି । କମ୍ପାନୀ ଏହି ହାଣ୍ଡେଲର Bioରେ ଲେଖିଛନ୍ତି- ’ଏହି ଆକାଉଣ୍ଟ ଏବେ ଆକ୍ଟିଭ ନାହିଁ । ଅପଡେଟ ପାଇଁ @Xକୁ ଫଲୋ କରନ୍ତୁ ।’
Comments are closed.