Latest Odisha News

କରୋନା ମୁକାବିଲା; ଭାରତକୁ ୧୫ ମିଲିୟନ ଡଲାର୍‌ ସହାୟତା ଦେଲା ଟ୍ୱିଟର୍‌

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଭାରତକୁ ସହାୟତାର ହାତ ବଢାଇଛି ଟ୍ୱିଟର। ଭାରତରେ କରୋନା ସଙ୍କଟର ମୁକାବିଲା ପାଇଁ ୧୫ ମିଲିୟନ୍ ଡଲାର୍ (କିମ୍ବା ପ୍ରାୟ ୧୧୦ କୋଟି ଟଙ୍କା) ଦାନ କରିଛି।

ଏ ନେଇ ଟ୍ୱିଟର୍‌ ସିଇଓ ଜ୍ୟାକ୍ ଡୋର୍ସି ସୋମବାର ଘୋଷଣା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ଏହି ଅର୍ଥ ତିନୋଟି ବେସରକାରୀ ସଂସ୍ଥାକୁ ଦିଆଯାଇଛି। ସେଗୁଡିକ ହେଉଛି କେୟାର, ଏଡ୍ ଇଣ୍ଡିଆ ଏବଂ ସେୱା ଇଣ୍ଟରନ୍ୟାସନାଲ ୟୁଏସ୍‌ଏ।

କେୟାରକୁ ୧୦ ମିଲିୟନ୍ ଡଲାର ଦିଆଯାଇଥିବାବେଳେ ଏଡ୍ ଇଣ୍ଡିଆ ଏବଂ ସେୱା ଇଣ୍ଟରନ୍ୟାସନାଲ ୟୁଏସ୍ ୨.୫ ମିଲିୟନ୍ ଡଲାର୍ ଦିଆଯାଇଛି। ଏହି ଅନୁଦାନ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର, ଭେଣ୍ଟିଲେଟର, ବିଆଇପିଏପି ଏବଂ ସିପିଏପି ମେସିନ ଭଳି ଜୀବନ ରକ୍ଷାକାରୀ ଉପକରଣ କ୍ରୟ କରିବାରେ ସହାୟତା କରିବ।

ସରକାରୀ ଡାକ୍ତରଖାନା ଏବଂ କୋଭିଡ୍‌ କେୟାର ସେଣ୍ଟର ଏବଂ ଡାକ୍ତରଖାନାକୁ ଯନ୍ତ୍ରପାତି ବଣ୍ଟନ କରାଯିବ ବୋଲି ଏଥିରେ କୁହାଯାଇଛି।

Comments are closed.