ନୂଆଦିଲ୍ଲୀ: କରୋନାର ପ୍ରକାପ ଦେଖିବା ପରେ ୧୮ରୁ ୨୨ ଜୁନ ପର୍ଯ୍ୟନ୍ତ ହେବାକୁ ଥିବା ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ କଟକଣାକୁ ଆହୁରି କଡା କରାଯାଇଛି । ବିସିସିଆଇ ଓ ନ୍ୟୁଜିଲାଣ୍ଡ ବୋର୍ଡଙ୍କୁ କରୋନା ପ୍ରୋଟୋକଲ ମାନିବା ପାଇଁ ନିର୍ଦ୍ଦେଶ ଦେଇଛି । ଭାରତୀୟ ଟିମ୍ ପ୍ରଥମେ ମୁମ୍ବାଇରେ ପଂହଚିବ । ସେଠାରେ କୌଣସି ଖେଳାଳି କାହାକୁ ଭେଟି ପାରିବେ ନାହିଁ । ୭ ଦିନ ଆଇସୋଲେଶନରେ ରହିବା ପରେ ସମସ୍ତଙ୍କ କରୋନା ଟେଷ୍ଟିଂ କରାଯିବ । ଯଦି କୌଣସି ଖେଳାଳି ରିପୋର୍ଟ ପଜିଟିଭ ଆସେ ତାହାହେଲେ ତାଙ୍କୁ କ୍ୱାରେଂଟାଇନରେ ରଖାଯିବ । ୭ ଦିନ ପରେ ସମସ୍ତ ରିପୋର୍ଟ ନେଗେଟିଭ ଆସିବା ପରେ ଖେଳାଳିଙ୍କୁ ଏକତ୍ର କରାଯିବ ।
ହୋଟେଲ ଷ୍ଟାଫ, ବସ ଡ୍ରାଇଭର ଏବଂ ଅନ୍ୟମାନେ ୭ଦିନ ପୂର୍ବରୁ ବାୟେବବଲରେ ରହିବେ । ଏହା ପରେ ପ୍ରତି ୨ ଦିନରେ ସେମାନଙ୍କ କରୋନା ଟେଷ୍ଟ କରାଯିବ । ସମସ୍ତ ରିପୋର୍ଟ ନେଗେଟିଭ ଆସିବା ପରେ ପୁନର୍ବାର ସପ୍ତାହେ କ୍ୱାରେଂଟାଇନରେ ରହିବେ । ଏଠାରେ ମଧ୍ୟ ୩ ଥର ଟେଷ୍ଟ କରାଯିବ । ଶେଷରେ ଏକ ଚାର୍ଟାଡ ପ୍ଲେନରେ ଖେଳାଳିମାନେ ଇଂଲଣ୍ଡ ଯିବେ । ସେଠାରେ ଅଲଗା ଅଲଗା ହୋଟେଲରେ ପୁନର୍ବାର ୧୦ ଦିନ କ୍ୱାରେଂଟାଇନରେ ରହିବେ । ଖେଳାଳିମାନେ ଅଭ୍ୟାସ କରିପାରିବେ କିନ୍ତୁ ବାହାରକୁ ଯାଇ ପାରିବେ ନାହିଁ । କ୍ୱାରେଂଟାଇନ ପରେ ଷ୍ଟାଡିୟମ ନିକଟରେ ଥିବା ହୋଟେଲରେ ରହିବେ ।
BREAKING NEWS
- ଫାର୍ମା କମ୍ପାନୀର ବଏଲରରେ ବିସ୍ଫୋରଣ; ୫ ମୃତ, ୧୦ ଆହତ
- କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଶାସ୍ତ୍ରୀୟ ପାଲି ପାଇଁ ଏକ୍ସଲେନ୍ସ ସେଣ୍ଟର ଅନୁମୋଦନ: କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ
- ଦୁଇ ଦିନିଆ ଓଡ଼ିଶା ଗସ୍ତରେ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, କରିବେ ରାଜ୍ୟ ସାଙ୍ଗଠନିକ ସମୀକ୍ଷା
- ବାଲେଶ୍ୱରରେ ଚାଲିଛି ନକଲି RTO ଅଫିସ୍; ଗିରଫ ହେଲେ ଝାଡ଼ଖଣ୍ଡ ଯୁବକ
- ସୀମା ଟପିଲା ବର୍ବରତା: ୮୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗ
- ସ୍ବର୍ଣ୍ଣ ବିଜେତା ମହିଳା ହକି ଟିମ୍ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- Dry Weather: ୩ ଦିନ ଖରା, ୫ରୁ ବଦଳିବ ପାଗ! ୧୨ରେ ଘୂର୍ଣ୍ଣିବଳୟ, ୧୩ରେ ଲଘୁଚାପ; ଜାଣନ୍ତୁ ବାତ୍ୟା ନେଇ କ’ଣ କହୁଛି ଆଇଏମଡି?
- Asian Games Gold: ୧୯ ବର୍ଷରେ ଏସିଆନ୍ ଗେମ୍ସ ଚାମ୍ପିଅନ୍ ସୁନେଲିତା! ଓଡ଼ିଶା ଝିଅଙ୍କ ହକି ସ୍ୱର୍ଣ୍ଣ, ଅନିମେଶ ଆଣିଲେ ବ୍ରୋଞ୍ଜ୍
- Smit Machchhar: ନିଜ ଜୀବନକୁ ପାଣି ଛଡାଇ ବଞ୍ଚାଇ ଦେଲେ ୧୮୦ ଜୀବନ, କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କୁ ବଡ଼ ସମ୍ମାନ ଦେବ ଇସ୍ରାଏଲ୍
- Vande Bharat: ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ ଉପରେ ୧୦୦ କିମି ବେଗରେ ଦୌଡ଼ିଲା ବନ୍ଦେ ଭାରତ, ଚେନାବରେ ତିଆରି ହେଲା ନୂଆ ରେକର୍ଡ!

Comments are closed.