Latest Odisha News

BREAKING NEWS

ରାତି ଅଧରେ ନବୀନ, ଯୋଗୀଙ୍କ ସମେତ ଅନେକ ବଡ଼ ବଡ଼ିଆ ହରାଇଲେ ବ୍ଲୁ ଟିକ୍

ଭୁବନେଶ୍ୱର: ବିଳମ୍ବିତ ରାତିରେ ରାଜ୍ୟ ତଥା ଦେଶର ଅନେକ ବଡ ବଡିଆ ଏବଂ ସଂସ୍ଥାର ଟ୍ବିଟର ଆକାଉଣ୍ଟର ବ୍ଲୁ ଟିକ୍ ମାର୍କ ହଟିଯାଇଛି। ଯେଉଁଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ରାଜ୍ୟର ଶାସକ ଦଳର ଅନେକ ବଡ଼ ବଡିଆ ନେତା, ଦେଶର ଜଣାଶୁଣା ବରିଷ୍ଠ ସାମ୍ବାଦିକ ପୁଣ୍ୟ ପ୍ରସୁନ୍ନ ବାଜପେୟୀ, ବଲିଉଡ ଅଭିନେତା ସଲମାନ ଖାନ୍, ଶାହରୁଖ ଖାନ୍, ଅମିତାଭ ବଚ୍ଚନ ଆଦି ରହିଛନ୍ତି।

BjdElectrycity

ଏପ୍ରିଲ ୨୦ ତାରିଖ ଗୁରୁବାର ଦିନ ଟ୍ୱିଟର ସମସ୍ତ ଆକାଉଣ୍ଟରୁ ଲିଗାସି ଭେରିଫାଏଡ୍ ବ୍ଲୁ ଟିକ୍ ହଟାଇ ଦେଇଛି। ବର୍ତ୍ତମାନଠାରୁ, କେବଳ ପେଡ୍ ଟ୍ୱିଟର ବ୍ଲୁ ଭେରିଫିକେସନ୍ ସେବାରେ ସବସ୍କ୍ରାଇବ୍ ହୋଇଥିବା ଆକାଉଣ୍ଟରେ ମାଇକ୍ରୋ-ବ୍ଲଗିଂ ପ୍ଲାଟଫର୍ମରେ ନୀଳ ଟିକ୍ ରହିବ, ଯାହାକୁ ଆଧୁନିକ ଦୁନିଆର “ଟାଉନ୍ ସ୍କୋୟାର” ଭାବରେ ବ୍ୟାପକ ଭାବରେ ବର୍ଣ୍ଣନା କରାଯାଇଛି।

କମ୍ପାନୀ ପ୍ରଥମେ ଏପ୍ରିଲ ୧ରେ ଲିଗାସି ବ୍ଲୁ ଟିକକୁ ହଟାଇବା ପାଇଁ ଯୋଜନା କରିଥିଲା, କିନ୍ତୁ ଏହି ପରିବର୍ତ୍ତନ ବଛା ବଛା ଆକାଉଣ୍ଟରେ ଲାଗୁ ହୋଇଥିଲା।

ଉଲ୍ଲେଖଯୋଗ୍ଯ, ଜାକ ଡୋର୍ସି ହେଉଛନ୍ତି ଟ୍ବିଟରର ପ୍ରଥମ ମାଲିକ। ଯିଏକି ଏହାକୁ ପ୍ରତିଷ୍ଠା କରିଥିଲେ। ସେତେବେଳେ ଟ୍ବିଟର ସେଇମାନଙ୍କୁ ବ୍ଲୁ ଟିକ୍ ବ୍ୟାଚ ପ୍ରଦାନ କରୁଥିଲା ଯେଉଁମାନେ ଲୋକପ୍ରିୟ, ଜଣାଶୁଣା ବ୍ୟକ୍ତି ଏବଂ ଅଧିକ ଫଲୋଅର୍ସ ରଖୁଥିବେ। ପରେ ପରେ ଏହି ନିୟମରେ ପରିବର୍ତ୍ତନ ହୋଇଥିଲା।

ହେଲେ ଏଲନ ମୋସ୍କ ଟ୍ୱିଟରକୁ କିିଣିବା ପରେ ବ୍ଲୁ ବ୍ୟାଚକୁ କମର୍ସିଆଲ ବା ପେଡ୍ ଭର୍ସନ କରିଦେଇଛନ୍ତି। ଅର୍ଥାତ୍ ଯେକେହି ଏହି ବ୍ଲୁ ଟିକ୍ ନିଜ ଆକାଉଣ୍ଟରେ ଲଗାଇପାରିବ କିନ୍ତୁ ଏଥିପାଇଁ ପଇସା ଦେବାକୁ ହେବ। ଏବେ ଟ୍ବିଟର ତିନି ପ୍ରକାର ବ୍ୟାଚ ପ୍ରଦାନ କରୁଛି। ଗୋଟିଏ ଗ୍ରେ, ଦ୍ବିତୀୟଟି ଓରେଞ୍ଜ ତୃତୀୟଟି ବ୍ଲୁ ବ୍ୟାଚ।

Leave A Reply

Your email address will not be published.