Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଏକ ବିଶିଷ୍ଠ ସେବା ହେଉଛି ମହାସୁଆର ସେବା। ଏମାନେ ବ୍ରlହ୍ମଣ ସେବକ କିନ୍ତୁ ଶାଢ଼ୀବନ୍ଧା ସେବକ ନୁହଁନ୍ତି। କେବଳ ବ୍ରତ ସଂସ୍କାର ପରେ ସ୍ନାନ ପୂର୍ଣ୍ଣିମା ଦିନ ଛେକ ନେଇ ନିଯୋଗର ଅଂଶୀଦାର ହୁଅନ୍ତି ଓ ଏହି ସେବା ବଂଶାନୁକ୍ରମିକ ଅଟେ। ଏମାନଙ୍କ ମୂଖ୍ୟ କାମ ହେଲା ପ୍ରତିଦିନ ରୋଷ ନାୟକଙ୍କ ସହ ମିଶି ପୁରା ରୋଷ ବୁଲି ପରିଷ୍କାର ପରିଛନ୍ନତା ପରୀକ୍ଷା କରି ରୋଷ ହୋମ ପାଇଁ ଅନୁମତି ପ୍ରଦାନ କରନ୍ତି। ରୋଷରେ ରନ୍ଧନ କାର୍ଯ୍ୟ ମଧ୍ୟ ତଦାରଖ କରନ୍ତି ।

ରୋଷ ସମୟରେ ଅବାଂଛିତ ଓ ଅପରିଚିତ ବ୍ୟକ୍ତିଙ୍କ ରୋଷଶାଳରେ ପ୍ରବେଶକୁ ବାରଣ କରନ୍ତି । ମୁଖ୍ୟତଃ ହରିବଲ୍ଳଭ ତାଟ ପିଠା ନିଜେ ତିଆରି କରିଥାନ୍ତି । ବଲ୍ଳଭ ଭୋଗ ସମୟରେ ସୁଧ ସୁଆରଙ୍କଠାରୁ ଭୋଗ ସମସ୍ତ ଭୋଗ ସାମଗ୍ରୀ ନେଇ ପନ୍ତିରେ ବlଢନ୍ତି। ସେହିପରି ଗରାବଡୁଙ୍କଠାରୁ ଘଷାଜଳ ନେଇ ପନ୍ତିରେ ଲାଗି କରନ୍ତି । ମଠବାଡ଼ିର ବଲ୍ଳଭ ଭୋଗ ସୁଆର ବଡୁଙ୍କଠାରୁ ନେଇ ଭୋଗରେ ବlଢନ୍ତି। ଏହି ସବୁ କାର୍ଯ୍ୟ ସହ ଭୋଗ ପୂଜା ବସିବା ଆଗରୁ ସମସ୍ତ ନୈବେଦ୍ୟ ଠିକ ଭାବରେ ପ୍ରସ୍ତୁତ ହୋଇଛି କି ନାହିଁ ତାର ତଦାରଖ କରନ୍ତି। ପ୍ରତିହାରୀଙ୍କୁ ଭୋଗ ଡାକିବା ପାଇଁ ଖବର ଦିଅନ୍ତି। ପ୍ରତି ଧୂପରେ ପ୍ରଥମ ଛେକ ପନ୍ତିରେ ବlଢିବା ଓ ସେଠାରେ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ଯାହା ପରେ ଯାହା ମଣୋହି ଯୋଗ୍ୟ ପଦାର୍ଥ ସେହି ପ୍ରକାରେ ପନ୍ତିରେ ବlଢିବା କାର୍ଯ୍ୟ କରନ୍ତି ଟେରା ପଡିବା ପୂର୍ବରୁ “ଭୋଗ ମଣୋହି କରିବା ହେଉ “ବୋଲି ପୂଜାପଣ୍ଡାଙ୍କୁ କହିଥାନ୍ତି ଓ ମଣୋହି ସମୟରେ ଖଦି ଧରି ବିଞ୍ଚିଥାନ୍ତି। ଆଗାମୀ ଅଧ୍ୟାୟରେ ବିଶେଷ ପର୍ବ ପର୍ବାଣୀରେ ମହାସୁଆର ସେବକମାନଙ୍କ ବିଭିନ୍ନ କାର୍ଯ୍ୟ ବିଷୟରେ ଆଲୋଚନା ଜାରି ରଖିବା। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ ।

ମୁଁ ସର୍ବ ବିଷୟ ଗୋଚର
ମୋ ତହୁଁ ଆତ୍ମା ନୋହେ ପର।
ଜୀବ ସ୍ବରୁପେ ସର୍ବ ଦେହେ
ମୁଁ ଥାଇ ସକଳ ବିଷୟେ ।
ବିଷୟ ରସେ ଚିତ୍ତ ପଶେ
ଏଣୁ ଇନ୍ଦ୍ରିୟ ରସେ ରସେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.