Latest Odisha News

ବିଶ୍ୱର ଧନୀ ବ୍ୟକ୍ତିଙ୍କୁ ବଡ ଝଟକା: ଟୁଇଟର ହେଡକ୍ୱାର୍ଟରରୁ ହଟାଇ ଦିଆଗଲା ‘X’ ଲୋଗୋ

ସାନ ଫ୍ରାନସିସ୍କୋ : ପୁଣି ଚର୍ଚ୍ଚାରେ ଟୁଇଟର । ଟୁଇଟର ମାଲିକ ଏଲନ ମସ୍କ କିଛି ଦିନ ଦଳେ ଟୁଇଟରରୁ ଏହାର ଲୋଗୋ ନୀଳ ଚଢେଇକୁ ହଟାଇ X ରଖିଥିଲେ । ଏହା ପରଠାରୁ  କମ୍ପାନୀର ପ୍ରତି ଜାଗାରେ X ଲୋଗୋ ଲଗାଇବା ପାଇଁ ପ୍ରୋସେସିଂ ଜାରି ରହିଥିଲା । ଏହି ପ୍ରୟାସ ଭିତରେ ଟୁଇଟରର ପୂର୍ବ ହେଡ କ୍ୱାର୍ଟର ବିଲ୍ଡିଂରେ ଲାଗିଥିଲା ଆକର୍ଷିତ ଲାଇଟିଂ X ।  ହେଲେ  ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କୁ ଲାଗିଛି ବଡ ଝଟକା । ଟୁଇଟରର ହେଡ କ୍ୱାର୍ଟର ବିଲ୍ଡିଂରେ ଲାଗିଥିବା ଆକର୍ଷିତ ଲାଇଟିଂ Xକୁ ହଟାଇ ଦିଆଯାଇଛି । ତାହା ପୁଣି ସ୍ଥାନୀୟ ଲୋକଙ୍କ କଥାରେ ।

ସାନ ଫ୍ରାନସିସକୋସ୍ଥିତ ଟୁଇଟର ମୁଖ୍ୟାଳୟରେ କିଛି ଦିନ ପୂର୍ବରୁ ଏହି ନୂଆ ଲୋଗୋ ଲଗାଯାଇଥିଲା । ତେବେ ଏହି ନୂଆ ଲୋଗୋକୁ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ଲାଇଟ ରାତିରେ ସେମାନଙ୍କୁ ଖୁବ ଅସୁବିଧାରେ ପକାଉଛି ।

ମିଳିଥିବା ସୂଚନା ଅନୁଯାୟୀ, ଲୋକଙ୍କ ଅଭିଯୋଗ ପାଇବା ପରେ ଯେତେବେଳେ ଇନ୍ସପେକ୍ଟର ଛାତ ଉପରକୁ ଯିବା ପାଇଁ ଚେଷ୍ଟା କରିଥିଲେ ସେତେବେଳେ ତାଙ୍କୁ ବାରମ୍ବାର ବିରୋଧ କରାଯାଇଥିଲା । ତାଙ୍କୁ କୁହାଯାଇଥିଲା, ଛାତ ଉପରେ ଲାଗିଥିବା ଲୋଗୋକୁ ଏକ ଇଭେଣ୍ଟ ଅନୁସାରେ ଲାଗ ଯାଇଛି  । ଏହା ଅସ୍ଥାୟୀ ଅଟେ । ତେଣୁ ହଟାଇ ଦିଆଯିବ ।

ସାନ ଫ୍ରାନସିସକୋ ଡିପାର୍ଟମେଣ୍ଟ ଅଫ ବିଲ୍ଡିଂ ଇନ୍ସପେକ୍ସନ ଆଣ୍ଡ ସିଟି ପ୍ଲାନିଂର କମ୍ୟୁନିକେଶନ ଡାଇରେକ୍ଟର କହିଛନ୍ତି, ଟୁଇଟର ହେଡକ୍ୱାଟର ବିଲ୍ଡିଂ ପ୍ରଥମରୁ ନୋଟିସ ଜାରି କରିଥିଲା । ତେବେ ଏକ ସପ୍ତାହ ମଧ୍ୟରେ ବିଭାଗ ପାଖରେ ୨୪ ଅଭିଯୋଗ ପହଞ୍ଚିଲାଣି । ତେଣୁ ଏହି ଲୋଗୋକୁ ହଟାଇବାକୁ ଯାଉଛନ୍ତି । ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଘଟଣାରେ ବିଲ୍ଡିଂ ମାଲିକଙ୍କ ଉପରେ ଜରିମାନା ବି ଲଗାଯିବ ।

ସୂଚନାଥାଉ କି, ଟୁଇଟର ବିଲ୍ଡିଂରେ ନୂଆ ଲୋଗୋ ଲାଗିବା ପରେ ଏଲନ ମସ୍କ ନିଜେ ଏହାର ଭିଡିଓ ସେୟାର କରିଥିଲେ । ଏଥିରେ ଏରିଏଲ ଭ୍ୟୁରେ ଟୁଇଟର ଲୋଗାକୁ ଦେଖିବାକୁ ମିଳିଥିଲା । ରାତିରେ ଏହାର ଲାଇଟ ଖୁବ ଚମକୁଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.