Latest Odisha News

BREAKING NEWS

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ହଟାଇଲା ଟ୍ୱିଟର

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ହଟାଇ ଦେଇଛି ଟ୍ୱିଟର। ଏ ନେଇ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହା ପଛର କାରଣକୁ ନେଇ ଅନେକ କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହୋଇଗଲାଣି।

ଟ୍ୱିଟରରେ ବ୍ଲୁ ଟିକ ମାର୍କ ଗ୍ରହଣ କରିବାକୁ ହେଲେ ବ୍ୟକ୍ତିଙ୍କ ଆକାଉଣ୍ଟ୍ ପ୍ରାମାଣିକ, ଉଲ୍ଲେଖନୀୟ ଏବଂ ସକ୍ରିୟ ହେବା ଜରୁରୀ। ତେବେ ଏ ନେଇ କିଛି ଲୋକ ମତ ପ୍ରକାଶ କରିଛନ୍ତି ଯେ ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟ ଦୀର୍ଘ ଦିନ ସକ୍ରିୟ ନଥିବାରୁ ଏପରି ହୋଇଥାଏପାରେ।

କାରଣ ଶେଷ ଥର ପାଇଁ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଗତବର୍ଷ ୨୩ ଜୁଲାଇ ୨୦୨୦ରେ ନିଜ ଆକାଉଣ୍ଟରୁ ଟୁଇଟ୍ କରିଥିଲେ। ଏହାପରେ ଆକାଉଣ୍ଟରୁ କୌଣସି ଟୁଇଟ୍‌ କରାଯାଇନଥିଲା।

ଏହାଛଡ଼ା କେନ୍ଦ୍ର ସରକାର ଏବଂ ସୋସିଆଲ୍‌ ମିଡିଆ ମଧ୍ୟରେ ଚାଲିଥିବା ବିବାଦ ଏହାର ଆଉ ଏକ କାରଣ ହୋଇପାରେ ବୋଲି କୁହାଯାଉଛି। କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିର୍ଦ୍ଦେଶାବଳୀକୁ ଟ୍ବିଟର୍‌ ଏପର୍ଯ୍ୟନ୍ତ ଅନୁମୋଦନ କରି ନଥିବା ଜଣାପଡ଼ିଛି।

Leave A Reply

Your email address will not be published.