Latest Odisha News

BREAKING NEWS

ଦକ୍ଷିଣ କୋରିଆରେ ତାଲିମ ନେବେ ଓଡ଼ିଶା ତୀରନ୍ଦାଜ

ରାଉରକେଲା: ସୁନ୍ଦରଗଡ଼ ସ୍ଥିତ ସାଇ ତାଲିମ କେନ୍ଦ୍ରର ଦୁଇଜଣ ଯୁବ ତୀରନ୍ଦାଜ ଖେଳାଳି ସ୍ୱତନ୍ତ୍ର ତାଲିମ ପାଇଁ ଦକ୍ଷିଣ କୋରିଆ ଯିବେ। ଏହି ସମୟରେ ସେମାନଙ୍କ ପ୍ରଶିକ୍ଷକ ମଧ୍ୟ ସେମାନଙ୍କ ସହିତ ରହିବେ।

ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ) ଦେଶର ବିଭିନ୍ନ କେନ୍ଦ୍ରରୁ ୨୦ ଜଣ ଯୁବ ତୀରନ୍ଦାଜ ଏବଂ ତିନି ଜଣ ପ୍ରଶିକ୍ଷକଙ୍କୁ ଉଚ୍ଚସ୍ତରୀୟ ତାଲିମ ଗ୍ରହଣ ଏବଂ ବିଦେଶରେ ଅନ୍ତର୍ଜାତୀୟ ପ୍ରଦର୍ଶନ ହାସଲ କରିବା ପାଇଁ ମନୋନୀତ କରିଛି। ସେମାନେ ସମସ୍ତେ ସେପ୍ଟେମ୍ବର ୨୧ରୁ ୨୭ ପର୍ଯ୍ୟନ୍ତ କୋରିଆର କିମ୍ ହ୍ୟୁଙ୍ଗ୍ ଟାକ୍ ତୀରନ୍ଦାଜ ତାଲିମ କେନ୍ଦ୍ରରେ ତାଲିମ ନେବେ।

ସୁନ୍ଦରଗଡ଼ରୁ କସ୍ତୁରୀ ମୁଣ୍ଡା (ସବ-ଜୁନିଅର ବର୍ଗ) ଏବଂ ମମିତା ଓରାମ (ଜୁନିଅର ବର୍ଗ)ଙ୍କୁ ଚୟନ କରାଯାଇଛି। ତେବେ ପ୍ରଥମ ଥର ପାଇଁ ସୁନ୍ଦରଗଡ଼ କେନ୍ଦ୍ରରୁ ପ୍ରଶିକ୍ଷକମାନଙ୍କୁ ବିଦେଶରେ ତାଲିମ ପାଇଁ ଚୟନ କରାଯାଇଛି। ମନୋନୀତ ତିନି ଜଣ ପ୍ରଶିକ୍ଷକଙ୍କ ମଧ୍ୟରେ ସୁନ୍ଦରଗଡ଼ର ପ୍ରଶିକ୍ଷକ ଅଭୟ ଦେବ ମଧ୍ୟ ଅନ୍ତର୍ଭୁକ୍ତ।

ଅପରପକ୍ଷରେ କୋରିଆ ଯିବା ପୂର୍ବରୁ ସମସ୍ତ ୨୦ ଜଣ ତୀରନ୍ଦାଜ ସେପ୍ଟେମ୍ବର ୧ରୁ ୨୦ ପର୍ଯ୍ୟନ୍ତ ସୋନିପତ (ହରିଆଣା) ସ୍ଥିତ ଜାତୀୟ ଉତ୍କର୍ଷ କେନ୍ଦ୍ରରେ ତାଲିମ ନେଇଥିଲେ। ଏବେ ଏହି ଟିମ୍ ସେପ୍ଟେମ୍ବର ୨୧ରେ କୋରିଆ ଗସ୍ତ କରିବ।

 

Comments are closed.